ବ୍ରହ୍ମପୁର:ବିଚ୍ ସାକ୍ସ ପ୍ରକଳ୍ପକୁ ନେଇ ବ୍ରହ୍ମପୁର ସହରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ କରାଯାଇଛି ତୀବ୍ର ବିରୋଧ କରାଯାଇଥି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଅବସରରେ ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସହିତ ଗୋପାଳପୁର ସହରର ସାଧାରଣ ଜନତାଙ୍କୁ ବିରୋଧ କରିଛନ୍ତି ।
ସାରା ବିଶ୍ବର ଓଡିଆ ସଂସ୍କୃତି ଜଗନ୍ନାଥଙ୍କ ସଂସ୍କୃତି ଭାବେ ପ୍ରସିଦ୍ଧ । ରାଜ୍ୟରେ ମଦ କୁଡିଆ ଖୋଲାଯିବା ବିଷୟରୁ ସରକାର ତୁରନ୍ତ ବିରତ ରହିବାକୁ ଦାବି କରିଥିଲେ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ଗୋପାଳପୁର ବେଳାଭୂମି କୂଳରେ ବସି ମୁକ୍ତାକାଶରେ ପର୍ଯ୍ୟଟକ ମାନେ ବିୟର ପିଇବା ମଜ୍ଜା ନେବା ପାଇଁ ବିଚ୍ ସାକ୍ସ ପ୍ରକଳ୍ପ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହାକୁ ସ୍ଥାନୀୟ ଅଞ୍ଚଳରେ ତ୍ରୀବ୍ର ବିରୋଧ କରିଛନ୍ତି ।