ଓଡିଶା

odisha

ETV Bharat / state

ସରକାରଙ୍କ ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଲା ବସନ୍ତିଆ ସଂପ୍ରଦାୟ - ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଲା ବସନ୍ତିଆ ସଂପ୍ରଦାୟ

ସରକାରଙ୍କ ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଛି ବସନ୍ତିଆ ସଂପ୍ରଦାୟ । ଅଧିକ ପଢ଼ନ୍ତୁ

ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଛି ବସନ୍ତିଆ ସଂପ୍ରଦାୟ
ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଛି ବସନ୍ତିଆ ସଂପ୍ରଦାୟ

By

Published : Jul 9, 2023, 11:00 PM IST

ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଛି ବସନ୍ତିଆ ସଂପ୍ରଦାୟ

ବ୍ରହ୍ମପୁର: ସରକାରଙ୍କ ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଛି ବସନ୍ତିଆ ସଂପ୍ରଦାୟ । ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିବା ରାଜ୍ୟ ଗଞ୍ଜାମ ଜିଲ୍ଲାର ଛତ୍ରପୁର , ଖଲ୍ଲିକୋଟ, ଆଠଗଡ଼ ଓ ଘୁମୁସର ସମତେ କୋରାପୁଟ ଜିଲ୍ଲାର କୋଟପାଟ ଅଞ୍ଚଳରେ ବାସବାସ କରୁଥିବା ଓଡିଆ ବସନ୍ତିଆ ସଂପ୍ରଦାୟର ଜନସାଧାରଣ ଶେଷରେ ସରକାରଙ୍କ ପଛୁଆ ବର୍ଗ ତାଲିକାରେ ସ୍ଥାନ ପାଇଛନ୍ତି । ଏହାକୁ ନେଇ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ଠାରେ ଆୟୋଜିତ ଏକ ସମାବେଶରେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି ସମାଜର କର୍ମକର୍ତ୍ତା ।

ବସନ୍ତିଆ ସମାଜର ସମସ୍ତ ଜନସାଧାରଣଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ସହ ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥନୈତିକ ବିକାଶ ପାଇଁ ବସନ୍ତିଆ ଯୁବ ସମାଜ ଜାରି ରଖିଥିବା ସଂଗ୍ରାମ ଉପରେ ଆଲୋକପାତ କରାଯିବା । ଆର୍ଥିକ ସ୍ଥିତି ଓ ଶିକ୍ଷା କ୍ଷେତ୍ରରେ ବହୁତ ପଛରେ ରହିଥିଲେ ଏହି ବର୍ଗର ଜନସାଧାରଣ । ସରକାରଙ୍କ ଏହି ନୂତନ ପଛୁଆ ବର୍ଗରେ ସାମିଲ କରାଯିବା ପରେ ବିଦ୍ୟାର୍ଥୀମାନେ ଶିକ୍ଷାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଏହାର ସୁବିଧା ପାଇପାରିବେ ବୋଲି ଆଶା କରି ଅନେକ ଖୁସି ଅନୁଭବ କରିଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ: ସାନ୍ତାଳୀ ଭାଷାକୁ ମାନ୍ୟତା ଦାବି, ଆଦିବାସୀ ସଂଗଠନର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବସନ୍ତିଆ ଓଡ଼ିଆ ଯୁବ ସମାଜର ସମାବେଶ ସଭାପତି ଭାସ୍କର ନାହାକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଂପାଦକ ଭିକାରୀ ଚରଣ ନାୟକ, ପ୍ରତାପ କୁମାର ବେହେରା, ସନ୍ତୋଷ ନାହାକ, ରଞ୍ଜନ ପ୍ରଧାନ, ଭିକାରୀ ଚରଣ ପ୍ରଧାନ, ତ୍ରିଲୋଚନ ବେହେରା, କୈଳାସ ଚନ୍ଦ୍ର ନାୟକଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ ପ୍ରଧାନ, ଉଦୟ ନାୟକ, ମହେନ୍ଦ୍ର ନାୟକ, ମଙ୍ଗୁଳୁ ପ୍ରଧାନ, ପର୍ଶୁରାମ ବିଷୋୟୀ, ସୂର୍ଯ୍ୟ ନାୟକ, ସୁରମଣି ନାୟକ, ପ୍ରତାପ ନାୟକ, ବାୟା ନାୟକ, ଶ୍ୟାମ ସୁନ୍ଦର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଦୀର୍ଘ ବର୍ଷ ଧରି ଏହାର କର୍ମକର୍ତ୍ତାମାନେ ବିଭିନ୍ନ ଫୋରମରେ ଏହି ଦାବି ଉପସ୍ଥାପନା କରି ଆସୁଥିବା ବେଳେ ଶେଷରେ ସରକାର ଏହି ବର୍ଗର ବ୍ୟକ୍ତିବିଶେଷଙ୍କୁ ପଛୁଆ ବର୍ଗ ତାଲିକାରେ ସ୍ଥାନ ପ୍ରଦାନ କରିଥିବାରୁ ଏହାକୁ ନେଇ ଖୁସି ଜାହିର କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details