ଓଡିଶା

odisha

କାହିଁକି ଆଗୁଆ ବିଧାନସଭା ବନ୍ଦ କଲେ ସରକାର: ସାଂସଦ ଅପରାଜିତା

By ETV Bharat Odisha Team

Published : Nov 27, 2023, 10:57 PM IST

ଅପରାଜିତା କହିଛନ୍ତି 30 ଦିନ ପାଇଁ ବିଧାନସଭା ଚାଲିବାର ରହିଥିଲା । କେଉଁ କାରଣ ଯୋଗୁଁ ରାଜ୍ୟ ସରକାର ବିଧାନସଭାକୁ ବନ୍ଦ କଲେ? ଅଣ ଓଡିଆ ଜମିମାଫିଆ ଓ କର୍ପୋରେଟରଙ୍କୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କ୍ୟାବିନେଟରେ ପରିବର୍ତ୍ତନ କରାଯାଇଥିଲା। ଅଧିକ ପଢନ୍ତୁ

କାହିଁକି ଆଗୁଆ ବିଧାନସଭା ବନ୍ଦ କଲେ ସରକାର: ସାଂସଦ ଅପରାଜିତା
କାହିଁକି ଆଗୁଆ ବିଧାନସଭା ବନ୍ଦ କଲେ ସରକାର: ସାଂସଦ ଅପରାଜିତା

କାହିଁକି ଆଗୁଆ ବିଧାନସଭା ବନ୍ଦ କଲେ ସରକାର: ସାଂସଦ ଅପରାଜିତା

ବ୍ରହ୍ମପୁର: ବିଧାନସଭା ମାତ୍ର ଚାରି ଦିନରେ ବନ୍ଦ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । 30 ଦିନ ପାଇଁ ବିଧାନସଭା ଚାଲିବାର ରହିଥିଲା । କେଉଁ କାରଣ ଯୋଗୁଁ ରାଜ୍ୟ ସରକାର ବିଧାନସଭାକୁ ବନ୍ଦ କଲେ ? ଡରରେ ଥିବା ସରକାର ଆଗୁଆ ବିଧାନସଭା ବନ୍ଦ କରିଦେଲେ କି ? ବିଧାୟକଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବେ ଯେ ରାଜ୍ୟରେ ଆଦିବାସୀ ମାନଙ୍କ ଜମିକୁ ନେଇ ଯେଉଁ ଷଡଯନ୍ତ୍ର କରିଥିଲେ ତାହାର ପର୍ଦ୍ଦାଫାସ ହେବା ଭୟରେ ବିଧାନସଭା ବନ୍ଦ କରିଦେଲେ କି ? ମାତ୍ର 4 ଦିନରେ ବିଧାନସଭା ଶୀତକାଳୀନ ଅଧିବେଶନକୁ ବନ୍ଦ କରିଦେବା ପ୍ରସଙ୍ଗକୁ ନେଇ ବ୍ରହ୍ମପୁର ଗସ୍ତରେ ଥିବା ଭୁବନେଶ୍ବର ସାଂସଦ ଆଜି ଏଭଳି ପ୍ରଶ୍ନ ଉଠାଇଛନ୍ତି ।

ଅପରାଜିତା କହିଛନ୍ତି 30 ଦିନ ପାଇଁ ବିଧାନସଭା ଚାଲିବାର ରହିଥିଲା । କେଉଁ କାରଣ ଯୋଗୁଁ ରାଜ୍ୟ ସରକାର ବିଧାନସଭାକୁ ବନ୍ଦ କଲେ ? ଅଣ ଓଡିଆ ଜମିମାଫିଆ ଓ କର୍ପୋରେଟରଙ୍କୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କ୍ୟାବିନେଟରେ ପରିବର୍ତ୍ତନ କରାଯାଇଥିଲା । ଯଦି ଅନୁସୂଚିତ ଜନଜାତି ପରାମର୍ଶଦାତା କମିଟି ଏହାକୁ ଜୁଲାଇ ମାସରୁ ଅନୁମତି ଦେଇଥିଲା କାହିଁକି ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯାଇ ନଥିଲା ? ଏପରି ନିଷ୍ପତ୍ତି ପଛରେ ଅଣଓଡିଆ ଜମି ମାଫିଆ ଓ କର୍ପୋରେଟଙ୍କ ହାତ ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ଅପରାଜିତା ? ବିଧାନସଭାରେ ଏଭଳି ପ୍ରଶ୍ନ ଆସିବା ପୂର୍ବରୁ ଭୟରେ ସରକାର ବିଧାନସଭା ବନ୍ଦ କରିଦେଲେ ବୋଲି ସମାଲୋଚନା କପରିଛନ୍ତି ଅପରାଜିତା ।

ଅଧିକ ପଢନ୍ତୁ- Aparajita On Pandian VRS: ‘ଏହି ବାବୁ ପୁରା ଶାସନ ବ୍ୟବସ୍ଥାକୁ ହାଇଜାକ କରିଛନ୍ତି’

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡ ଗ୍ରାବିଙ୍ଗ ଚାଲିଥିବା ବେଳେ ରାଜ୍ୟରେ ଅଣ-ଓଡିଆ ଠିକାଦାର ଏବଂ କର୍ପୋରେଟ ସଂସ୍ଥା ରହିଥିବାରୁ ସେମାନଙ୍କୁ ଜମି ଦେବା ପାଇଁ ରାଜ୍ୟ ସରକାର ଏଭଳି ଚିନ୍ତା କଲେ କି ? ବିଧାନସଭାରେ ମହିଳା ସୁରକ୍ଷା, ନାରୀ ନିର୍ଯାତନା, ନିଯୁକ୍ତି ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରିଥାନ୍ତି । କିନ୍ତୁ ସରକାର ବିଧାନସଭା ବନ୍ଦ କରିଦେବା ଦୁର୍ଭାଗ୍ୟ ପୂର୍ଣ୍ଣ ଖାଲି ନୁହେଁ ନିନ୍ଦନୀୟ ବୋଲି କହିଛନ୍ତି ଅପରାଜିତା ।

ସେହିଭଳି ଅପରାଜିତା ଦାବି କରି କହିଛନ୍ତି ରାଜ୍ୟ ସରକାର ଆଦିବାସୀଙ୍କ ଜମି ହସ୍ତାନ୍ତର ହୋଇପାରିବ ବୋଲି ଯେଉଁ ନିଷ୍ପତ୍ତି ନେଲେ ତାହାକୁ ନେଇ ରାଜ୍ୟ ଆଦିବାସୀ ଉପଦେଷ୍ଠା କମିଟିର ଯେଉଁ ବୈଠକରେ ନିଷ୍ପତ୍ତି ହୋଇଥିଲା ସେହି ବୈଠକର ଭିଡିଓ ଅଡିଓ ଜାରି କରନ୍ତୁ । ଅପରାଜିତା କହିଛନ୍ତି ଉପଦେଷ୍ଠା କମିଟିର ଯେଉଁ ଯେଉଁ ସଦସ୍ୟଙ୍କ ସହିତ ସେ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ସେମାନେ ମନା କରିଥିବା କହିବା ସହିତ ଏଭଳି ବିଷୟ ଆସିନଥିବା କହିଛନ୍ତି ବୋଲି ଅପରାଜିତା କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details