ଓଡିଶା

odisha

ETV Bharat / state

ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଅଞ୍ଜଳୀ ସ୍ବାଇଁ

ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଅଞ୍ଜଳୀ ସ୍ବାଇଁ । ଏନେଇ ସେ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

By

Published : Mar 14, 2022, 7:43 AM IST

ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଅଞ୍ଜଳୀ ସ୍ବାଇଁ
ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଅଞ୍ଜଳୀ ସ୍ବାଇଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଅଞ୍ଜଳୀ ସ୍ବାଇଁ ।ଏନେଇ ସେ ନବୀନଙ୍କୁ କୃତଜ୍ଞତା ଜଣାଇବା ସହ ଦଳର ସମସ୍ତ ନେତା ଓ କର୍ମୀଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କ ନିକଟରେ ଚିର କୃତଜ୍ଞ ବୋଲି କହିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ଆଦେଶ ମୁତାବକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ନବନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କୁ ଶପଥପାଠ କରାଇଥିଲେ ।

ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଅଞ୍ଜଳୀ ସ୍ବାଇଁ

ଧରାକୋଟ ବ୍ଲକ ୩୧ନମ୍ବର ଜୋନ ସଭ୍ୟା ଅଞ୍ଜଳୀ ସ୍ବାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଅପ୍ରିତିଦ୍ବନ୍ଦୀ ଭାବରେ ନିର୍ବାଚିତ ହୋଇଥିଲେ ।ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ନିମନ୍ତେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହାପରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ନାମ ସରକାରୀ ଭାବେ ଘୋଷଣା କରିଥିଲେ ।

ପରେ ଶପଥ ଗ୍ରହଣ ଉତ୍ସବ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ନିମନ୍ତେ ଅନୁଷ୍ଠିତ ନିର୍ବାଚନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ରାୟ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ ପ୍ରମୁଖ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details