ଓଡିଶା

odisha

ETV Bharat / state

ଜାଲ ପ୍ରମାଣପତ୍ରରେ 16 ବର୍ଷରୁ ଅଙ୍ଗନବାଡିରେ ଦିଦି - fake certificate

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବିଲେଇଝୁରି ଗାଁରେ ଜାଲ ପ୍ରମାଣପତ୍ର ଦେଇ ବିଜ୍ଞାନୀ ପ୍ରଧାନ ନାମକ ଜଣେ ମହିଳା ଅଙ୍ଗନବାଡି କର୍ମୀ ଭାବେ ଚାକିରି କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

By

Published : Nov 22, 2019, 8:12 PM IST

ଭଞ୍ଜନଗର: ଅଙ୍ଗନବାଡି ଚାକିରିରେ ଚଞ୍ଚକତା ଅଭିଯୋଗ । ଜାଲ ପ୍ରମାଣ ପତ୍ର ଦେଖାଇ ଅଙ୍ଗନବାଡିରେ ଚାକିରି ପାଇଛନ୍ତି ମହିଳା । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବିଲେଇଝୁରି ଗାଁରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ବିଲେଇଝୁରି ଗାଁର ଅଙ୍ଗନବାଡି କେନ୍ଦ୍ରରେ ବିଜ୍ଞାନୀ ପ୍ରଧାନ ନାମକ ମହିଳା ନକଲି ପ୍ରମାଣ ପତ୍ର ଦେଖାଇ ଚାକିରି ପାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିଜ୍ଞାନୀ ମିଛ ଜନ୍ମ ପ୍ରମାଣପତ୍ର ଦେଖାଇ ଚାକିରି ପାଇଛନ୍ତି । ଆଜିକୁ 16 ବର୍ଷ ହେଲା ଚଞ୍ଚକତା ଦେଖାଇ ସେ ଚାକିରି କରିଆସୁଛନ୍ତି । ତେଣୁ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details