ଓଡିଶା

odisha

ETV Bharat / state

ମରିଗଲା ମାନବିକତା, ଟଙ୍କା ପାଇଁ ଅଧାବାଟରେ ଗୁରୁତର ଶିଶୁକୁ ଛାଡିଲା ଆମ୍ବୁଲାନ୍ସ - ବ୍ରହ୍ମପୁରରେ ଅଭାବନୀୟ ଘଟଣା

ଟଙ୍କା ନ ଦେବାରୁ ଗୁରୁତର ଶିଶୁକୁ ମଝି ରାସ୍ତାରେ ଓଲ୍ଲାଇ ଚାଲିଗଲା ୧୦୮ ଆମ୍ବୁଲାନ୍ସ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

108 ambulance
ମରିଗଲା ମାନବିକତା, ଟଙ୍କା ପାଇଁ ଅଧାରାସ୍ତାରେ ଗୁରୁତର ଶିଶୁକୁ ଛାଡିଲା ଆମ୍ବୁଲାନ୍ସ

By

Published : Jan 24, 2020, 6:31 PM IST

Updated : Jan 24, 2020, 9:27 PM IST

ବ୍ରହ୍ମପୁର: ମରିଗଲା ମାନବିକତା । ଟଙ୍କା ନ ଦେବାରୁ ଅଧାରାସ୍ତାରେ ଗୁରୁତର ଶିଶୁକୁ ଛାଡି ଚାଲିଗଲା ଆମ୍ବୁଲାନ୍ସ । ଏଭଳି ନିନ୍ଦନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ ।

ମରିଗଲା ମାନବିକତା, ଟଙ୍କା ପାଇଁ ଅଧାବାଟରେ ଗୁରୁତର ଶିଶୁକୁ ଛାଡିଲା ଆମ୍ବୁଲାନ୍ସ

ରାଜ୍ୟ ସରକାର ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଏହି ଯୋଜନା କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି, ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଜିଲ୍ଲାର କୁକୁଡାଖଣ୍ଡି ବ୍ଲକସ୍ଥିତ ଜୁଗୁଡି ଗାଁ ଅନାମ ଦାସଙ୍କ ଶିଶୁପୁତ୍ର ଗୁରୁତର ହୋଇଥିବାରୁ ତାର ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥିତ ଏମକେସିଜିରେ ଭର୍ତ୍ତି ହୋଇଥିଲା ।

ତେବେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା । ଶୁକ୍ରବାର ଶିଶୁକୁ ବ୍ରହ୍ମପୁର ଏମ୍.କେ.ସି.ଜିରୁ ୧୦୮ ଆମ୍ବୁଲାନ୍ସରେ କଟକ ନିଆଯାଉଥିଲା । ରାସ୍ତାରେ ଆମ୍ବୁଲାନ୍ସ ଚାଳକ ଶିଶୁର ପରିବାରକୁ ଟଙ୍କା ମାଗିଥିଲେ । ଶିଶୁର ବାପା ଏନେଇ ଗାଡି ଚାଳକଙ୍କୁ ଦୁଇ ଶହ ଟଙ୍କା ଦେଇଥିଲେ । ହେଲେ ଏଥିରେ ସେ ରାଜି ନ ହୋଇ ଗୁରୁତର ଶିଶୁକୁ ଅଧାରାସ୍ତାରେ ଛାଡି ଚାଲିଯାଇଥିଲା ୧୦୮ ଆମ୍ବୁଲାନ୍ସ ।

ପରେ ସ୍ଥାନୀୟ ଲୋକେ ଶିଶୁକୁ ଉଦ୍ଧାର କରି ପ୍ରଥମେ ଗଞ୍ଜାମ ପରେ ବ୍ରହ୍ମପୁର ଏସ୍.ଏନ୍.ସି.ୟୁକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ କିଭଳି ରହିଥିଲା ପୁରା ଘଟଣା । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି..


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jan 24, 2020, 9:27 PM IST

ABOUT THE AUTHOR

...view details