ଓଡିଶା

odisha

ETV Bharat / state

ବିଜେପି କର୍ମୀଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର, କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ

ବିଜେପି କର୍ମୀଙ୍କୁ କନିଷି ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗରେ ତହସିଲ କାର୍ଯ୍ୟାଳୟ ଘେରାଉ କଲା ବିଜେପି । ଦୀର୍ଘ 4 ଘଣ୍ଟା ଧରି କାର୍ଯ୍ୟାଳୟରେ ତାଲା ପକାଇ ବିଜେପିର ପ୍ରତିବାଦ । ଅଧିକ ପଢ଼ନ୍ତୁ

allegation against kanisi tahsildar over misbehave to bjp leader
ବିଜେପି କର୍ମୀଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର, କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ

By

Published : Nov 25, 2022, 8:41 AM IST

ବ୍ରହ୍ମପୁର:ବିଜେପି କର୍ମୀଙ୍କୁ କନିଷି ତହସିଲଦାରଙ୍କ ଦୁର୍ବ୍ୟବହାର ନେଇ ଅପ୍ରିତିକର ପରିସ୍ଥିତି । ଦୀର୍ଘ ଚାରିଘଣ୍ଟା ଧରି ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ବିଜେପି ଦଳ ପ୍ରତିବାଦ କଲା । ବରିଷ୍ଠ ବିଜେପି ନେତା ତଥା ଜିଲ୍ଲା ଭାଜପା ସଭାପତି ବିଭୂତି ଭୂଷଣଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଦଳୀୟ କର୍ମୀମାନେ ତହସିଲଦାରଙ୍କ ଗାଡ଼ିକୁ ରାସ୍ତା ଉପରେ ଅଟକାଇ ପ୍ରତିବାଦ କରିଥିଲେ ।

ବିଜେପି କର୍ମୀଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର

ଅଭିଯୋଗ ଅନୁଯାୟୀ, ଗତ ଦୀପାବଳି ଅମାବାସ୍ୟା ଅବସରରେ ସରକାରୀ ଜମିରେ ଦୋକାନ କରିଥିବା ଜଣେ ବାଣ ବ୍ୟବସାୟୀଙ୍କୁ ଗଞ୍ଜାମ ଜିଲ୍ଲା କନିଷି ତହସିଲଦାର ଜେସିବି ଲଗାଇ ଉଚ୍ଛେଦ କରିଥିଲେ । ହେଲେ ଉଚ୍ଛେଦ ହୋଇଥିବା ସ୍ଥାନରେ ଆହୁରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ଛାତ ଘର ରହିଥିବାବେଳେ ତାକୁ କେବେ ଉଚ୍ଛେଦ କରାଯିବ ବୋଲି ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ କରାଯାଇଥିଲା । ଏହାକୁ ନେଇ ତହସିଲଦାରଙ୍କ ପକ୍ଷରୁ ଏହାର ଉଚ୍ଛେଦ ତାରିଖ ଅବଧି ନଭେମ୍ବର ୨୪ ତାରିଖ ସୁଦ୍ଧା କରାଯିବ ବୋଲି କୁହାଯାଇଥିଲା । ହେଲେ ଗୁରୁବାର ଉଚ୍ଛେଦ ସମ୍ପର୍କରେ ବିଜେପି ନେତା ପ୍ରଶ୍ନ କରିବାରୁ ତହସିଲଦାର ବିଜେପି ନେତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହାକୁ ନେଇ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ଚାରି ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:Padmapur By Poll: ବିଜେଡି ପରେ ଆଜି ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ

ଏନେଇ ବିଜେପି ନେତା କହିଛନ୍ତି,"ଉଚ୍ଛେଦ ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ତହସିଲଦାର ମୋତେ ଓଡ଼ିଆ ବୁଝିପାରୁନାହିଁ ବୋଲି ପ୍ରଶ୍ନ କରିଥିଲେ । ତହସିଲଦାରଙ୍କ ଏଭଳି ବ୍ୟବହାରକୁ ବିରୋଧ କରି ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି ।" ଅନ୍ୟପଟେ ତହସିଲଦାର ଏନେଇ କୌଣସି ଆଲୋଚନା କରିବାକୁ ନ ଆସିବାରୁ କାର୍ଯ୍ୟାଳୟକୁ ତାଲା ପକାଇଲେ ସ୍ଥାନୀୟ ବିଜେପି ଦଳୀୟ କର୍ମୀ । ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏହି ଉଚ୍ଛେଦ କରାଯିବା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details