ଓଡିଶା

odisha

ETV Bharat / state

ଏମକେସିଜି ମେଡିକାଲରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର

ବ୍ରହ୍ମପୁରର ଏମକେସିଜି ମେଡିକାଲର ସ୍ବାସ୍ଥ୍ୟସେବାକୁ ବୁଲି ଅନୁଧ୍ୟାନ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏମକେସିଜିର ରହିଥିବା ବିଭିନ୍ନ ସମସ୍ୟାକୁ କିଭଳି ଦୂର କରାଯାଇପାରିବ ସେ ବିଷୟରେ ଆଲୋଚନା କରିଛନ୍ତି ।

additional-chief-secretary-visit
ଫଟୋ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର

By

Published : Nov 28, 2019, 8:04 PM IST

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁରର ଏମକେସିଜି ମେଡିକାଲର ସ୍ବାସ୍ଥ୍ୟସେବାକୁ ବୁଲି ଅନୁଧ୍ୟାନ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏମକେସିଜି ମେଡିକାଲ କଲେଜର ସଂଯୋଜକ ଭାବରେ ସରକାରଙ୍କ ପକ୍ଷରୁ ପ୍ରଦୀପ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର

ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜରେ ପହଞ୍ଚି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀଙ୍କ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଲୋଚନା କରିଛନ୍ତି । ଏହାପରେ ମେଡିକାଲର ବହିଃଚିକିତ୍ସା ବିଭାଗକୁ ଅନୁଧ୍ୟାନ କରିବା ସହ ନିରାମୟ ଔଷଧ ବିତରଣ କେନ୍ଦ୍ର, ନିଦାନ କେନ୍ଦ୍ର ପଞ୍ଜିକରଣ ପ୍ରକୋଷ୍ଠ ସହ ବିଭିନ୍ନ ୱାର୍ଡ, ସୁପର ସ୍ପୋଶାଲିଷ୍ଟ ବ୍ଲକ ଭଳି ବିଭିନ୍ନ ସ୍ଥାନ ବୁଲିଥିଲେ । ରୋଗୀ ସଂପର୍କୀୟ , ସାଧାରଣ ଜନତା ଏବଂ ମେଡିକାଲ ନିମନ୍ତେ କଣ ସମସ୍ୟା ରହିଛି ସେ ଅନୁଧ୍ୟାନ କରିଥିଲେ । ଏମକେସିଜିର ରହିଥିବା ବିଭିନ୍ନ ସମସ୍ୟାକୁ କିଭଳି ଦୂର କରାଯାଇପାରିବ । ନୂତନ ଭାବେ ନିର୍ମାଣ କରାଯାଇଥିବା କୋଠା ଗୁଡିକରେ ବିଦ୍ୟୁତ ବ୍ୟବସ୍ଥା କରାଯିବା ସହ ମେଡିକାଲ କଲେଜରେ ଖାଲି ପଡିଥିବା ପଦ ପଦବୀ ପୂରଣ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କ ଆଲୋଚନା କରାଯାଇଛି ।

ଏହି ଗ୍ରସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଅଧ୍ୟକ୍ଷ ପ୍ରଫେସର ରାଧାମଧବ ତ୍ରିପାଠୀ, ମେଡିକାଲର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details