ଓଡିଶା

odisha

ETV Bharat / state

ଚିଲିକାର ସାହେବ କେନାଲରେ ବିରଳ ପ୍ରଜାତିର ମାଛ, ନାଁ ତାର ଓଡିଶା - ମୁରେନିଥିସ ହିବିନୋଇ ପ୍ରଜାତିର ମାଛ଼

ଚିହ୍ନଟ ହେଲା ପୁଣି ଏକ ନୂତନ ପ୍ରଜାତିର ମାଛ ମୁରେନିଥିସ ହିବିନୋଇ । ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର ପକ୍ଷରୁ ଏହି ନୂତନ ମାଛକୁ କରାଯାଇଛି ଚିହ୍ନଟ ।

ନୂତନ ପ୍ରଜାତିର ମାଛ ହେଲା ନାମକରଣ
ନୂତନ ପ୍ରଜାତିର ମାଛ ହେଲା ନାମକରଣ

By

Published : Jul 14, 2023, 5:52 PM IST

ନୂତନ ପ୍ରଜାତିର ମାଛ ହେଲା ନାମକରଣ

ବ୍ରହ୍ମପୁର:ଚିଲିକାର ସାହେବ କେନାଲରୁ ମିଳିଲା ଏକ ବିରଳ ପ୍ରଜାତିର ମାଛ । ଏହି ମାଛର ସମ୍ପର୍କରେ ଗୋପାଳପୁରଠାରେ ରହିଥିବା ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର ପକ୍ଷରୁ ଦୀର୍ଘ ଦିନ ଧରି ଗବେଷଣା କରାଯାଇଥିଲା । ଏହାର ନାମକରଣ ଓଡିଶାସିନ୍ସ ରଖାଯାଇଛି । ରାଜ୍ୟର ଏଭଳି ଏକ ନୂତନ ପ୍ରଜାତି ମାଛ ଯାହାକି ପ୍ରଥମଥର ପାଇଁ ଓଡିଶା ଉପକୂଳ ସାହେବ କେନାଲ ଏବଂ ପରେ ବିଚିତ୍ରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ସଂଗ୍ରହ କରାଯାଇଥିଲା ।

ଦୁଇଟି ମାଛକୁ ନେଇ ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ଼.ଅନିଲ ମହାପାତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ଼ ଶେଷଦେବ ପାତ୍ର, ଗବେଷକ ଡ଼ ସ୍ୱରୂପ ରଞ୍ଜନ ମହାନ୍ତି ଏବଂ ରାଜେଶ କୁମାର ବେହେରା ମିଳିତ ଭାବେ ଏହାରି ଉପରେ ଅଧିକ ଗବେଷଣା କରିଥିଲେ । ଧୂସର ବାଦାମୀ ରଙ୍ଗର ଏହି ମାଛଟି ସାଧାରଣତଃ ସମୁଦ୍ର ଏବଂ ନଦୀର ମିଳନ ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା କେବଳ ଓଡିଶାର ଦୁଇଟି ସ୍ଥାନରେ ଦେଖିବାକୁ ମିଳିଥିଛି । ଏହି ନୂତନ ପ୍ରଜାତିର ନାମକରଣ ଓଡ଼ିଶା ବୋଲି ରଖାଯାଇଛି ।

ଅଧିକ ପଢ଼ନ୍ତୁ: ନୂତନ ପ୍ରଜାତିର ମୁରେନିଥିସ ହିବିନୋଇ ମାଛ ଚିହ୍ନଟ

ଗବେଷଣା ସମ୍ପର୍କିତ ଏହି ମାଛର ସବିଶେଷ ବିବରଣୀ ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ପତ୍ରିକା zootaxaରେ ପ୍ରକାଶ ପାଇଥିଲା । ମୁଖ୍ୟତଃ ଏହି ମାଛ ପ୍ରଥମେ ରାଜେଶ କୁମାର ବେହେରା ପାଲୁର କେନାଲରୁ ସଂଗ୍ରହ କରିଥିବା ବେଳେ ପୁନର୍ବାର ଏହି ମାଛ ଡ. ଅନିଲ ମହାପାତ୍ରଙ୍କୁ ବିଚିତ୍ରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମିଳିଥିଲା । ପରବର୍ତ୍ତୀ ସମୟରେ ଏହାଏକ ଭିନ୍ନ ମାଛ ବୋଲି ଜଣାପଡ଼ିଥିଲା ।

ଡ. ଅନିଲ ମହାପାତ୍ରଙ୍କ ମତରେ ଏହା ପୃଥକ ଭାବେ ଏହି ମାଛ ଓଡ଼ିଶା ଉପକୂଳରୁ ସଂଗ୍ରହ କରାଯାଇଥିବାରୁ ଏହି ମାଛର ନାମ ସିରିମୁରେନା ଓଡି଼ିଶାସିନ୍ସ ରଖାଯାଇଛି । ଏହାର 160-162 ସଂଖ୍ୟକ ମେରୁଦଣ୍ଡ ବିଶିଷ୍ଟ ହାଡ଼ ରହିଛି । ଏହି ମାଛର ଦାନ୍ତ ଅନ୍ୟ ସମ ପ୍ରଜାତିମାନଙ୍କଠୁ ସମ୍ପୂର୍ଣ୍ଣ ଭିନ୍ନ । ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ଗୋପାଳପୁରଠାରେ ରହିଥିବା ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର 20ରୁ ଊର୍ଦ୍ଧ୍ୱ ଓଡି଼ିଶା ଉପକୂଳରୁ ନୂତନ ମାଛ ଉପରେ ଗବେଷଣା କରିଛି । ପ୍ରଥମେ 2018 ମସିହାରେ ଗୋପାଳପୁରରୁ ମିଳିଥିବା ନୂତନ ମାଛକୁ ଓଡ଼ିଶୀ ବୋଲି ନାମକରଣ କରାଯାଇଥିଲା । ଏହାପରେ ଗତ ମେ' ମାସରେ ଚିଲିକା ଦ୍ରଦରୁ ମିଳିଥିବା ନୂଆ ପ୍ରଜାତିର କୋଚିଆ ମାଛ କଳିଙ୍ଗ ଡୁଣା ନାମରେ ନାମିତ ହୋଇଛି । ବର୍ତ୍ତମାନ ଏହି ମାଛକୁ ଓଡ଼ିଶା ନାମରେ ନାମିତ କରାଯାଇଛି ।

ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

...view details