ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 74ତମ ଜନ୍ମଦିନ ଏବଂ ବିଶ୍ୱକର୍ମା ଜୟନ୍ତୀରେ "ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର" ଶୁଭାରମ୍ଭ କରିବା ଅବସରରେ ଦଳ ପକ୍ଷରୁ ଏହାର ସିଧାପ୍ରସାରଣ ଦେଖାଯାଇଛି । ଏହି କାର୍ଯ୍ୟକ୍ରମ ସହରର ଗିରି ରୋଡ଼ସ୍ଥିତ ପାଢ଼ୀ ସେଲିବ୍ରେସନ୍ ସମ୍ମିଳନୀ କକ୍ଷରେ ଆୟୋଜିତ କରାଯାଇଥିବା ବେଳେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଏହାର ସଭାପତିତ୍ବ କରିଥିଲେ ।
ତେବେ ପାରମ୍ପରିକ ଶିଳ୍ପରେ ନିୟୋଜିତ ମୁଖ୍ୟତଃ କାରିଗରମାନଙ୍କୁ ସହାୟତା ପ୍ରଦାନ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ଲକ୍ଷ ରହିଛି । ଏଣୁ ୧୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ସହିତ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ସମ୍ପୁର୍ଣ୍ଣ ସହାୟତା ପ୍ରଦାନ କରିବେ । ଏହି ଯୋଜନା ଅଧିନରେ ବାୟୋମେଟ୍ରିକ୍ ଆଧାରିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପୋର୍ଟାଲ ବ୍ୟବହାର କରି ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ କାରିଗରମାନଙ୍କୁ ମାଗଣାରେ ପଞ୍ଜିକୃତ କରାଯିବ । ସେମାନଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ସାର୍ଟିଫିକେଟ ଏବଂ ପରିଚୟ ପତ୍ର, ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହିତ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି, ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା (ପ୍ରଥମ କିସ୍ତି) ଏବଂ ୨ ଲକ୍ଷ ଟଙ୍କା (ଦ୍ୱିତୀୟ କିସ୍ତି) ପର୍ଯ୍ୟନ୍ତ ବନ୍ଧକ ମୁକ୍ତ ଋଣ ସହାୟତା, ଡ଼ିଜିଟାଲ୍ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ପ୍ରଦାନ କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ......"ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା" ଯୋଜନା, ହିତାଧିକାରୀଙ୍କୁ ପଞ୍ଜିକୃତ କରାଇଲେ କେନ୍ଦ୍ରାପଡ଼ା ବିଜେପି କର୍ମୀ