ଓଡିଶା

odisha

ETV Bharat / state

ତେଜିଲା ବ୍ରହ୍ମପୁର-ସମ୍ବଲପୁର ରେଳଲାଇନ ସଂଯୋଗ ଦାବି

ଅନେକ ଦିନର ଦାବି ପରେ ମଧ୍ୟ ବ୍ରହ୍ମପୁରକୁ ସମ୍ବଲପୁର ସହ ହୋଇପାରିଲା ନାହିଁ ରେଳ ଲାଇନ ସଂଯୋଗ । ଏନେଇ ଶନିବାର ବିଭିନ୍ନ ଜିଲ୍ଲାର ଓକିଲ ସଙ୍ଘକୁ ନେଇ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠିତ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

By

Published : Jul 27, 2019, 10:34 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଆଜି ସ୍ଥାନୀୟ ଓକିଲ ସଙ୍ଘର ଆହ୍ବାନ କ୍ରମେ ବ୍ରହ୍ମପୁର ଠାରୁ ସମ୍ବଲପୁର ରେଳଲାଇନ ସଂଯୋଗ ଦାବି ହୋଇଛି । ଏହି ଦାବି ନେଇ ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସମ୍ବଲପୁର ଜିଲ୍ଲାର ଓକିଲ ସଂଘଙ୍କୁ ନେଇ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି ।

ଦୀର୍ଘ ବର୍ଷହେଲା ବ୍ରହ୍ମପୁର ଠାରୁ ସମ୍ବଲପୁର ରେଳପଥର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏହା ସମ୍ଭବ ହୋଇପାରି ନାହିଁ । ତେବେ ଗଠିତ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇ ପ୍ରସ୍ତାବିତ ବ୍ରହ୍ମପୁର ସମ୍ବଲପୁର ରେଳଲାଇନକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଅନ୍ୟପଟେ ଦୀର୍ଘ ବର୍ଷହେଲା ଏହି ରେଳପଥର ସର୍ଭେ କାମ ସରି ଯାଇଥିଲେ ମଧ୍ୟ ମାଟି ମୁଠାଏ ପଡ଼ି ପାରିନାହିଁ । ପ୍ରତିବର୍ଷ ରେଳ ବଜେଟ ଆସୁଛି କିନ୍ତୁ ବ୍ରହ୍ମପୁର ସମ୍ବଲପୁର ରେଳଲାଇନ ପାଇଁ କୌଣସି ଅର୍ଥ ବରାଦ ହେଉନାହିଁ । ଅନେକ ଦିନ ଧରି ଓକିଲ ଏନେଇ ଆନ୍ଦୋଳନ କରିଆସୁଛନ୍ତି କିନ୍ତୁ କୌଣସି ସୁଫଳ ମିଳିନାହିଁ।

ସେଥିଯୋଗୁଁ ଶନିବାର ସମସ୍ତ ଜିଲ୍ଲାର ଓକିଲ ଏକତ୍ରୀତ ହୋଇ ଆନ୍ଦୋଳନକୁ ଜୋରଦାର କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରିଛନ୍ତି । ସେମାନେ ନିର୍ବାଚିତ ଲୋକପ୍ରତିନିଧିଙ୍କ ପାଖରେ ଦାବି ଉପସ୍ଥାପନ କରିବେ। ସରକାର ଯଦି ଦାବି ନ ଶୁଣନ୍ତି ତାହେଲେ ଆଗମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ କୁହାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details