ବ୍ରହ୍ମପୁର: ଚିନ୍ତା ବଢାଇଲାଣି ଗଞ୍ଜାମ ଜିଲ୍ଲା । ପ୍ରତିଦିନ ବାହାରୁଛନ୍ତି ଶହ ଶହ କୋରୋନା ପଜିଟିଭ । ଫଳରେ ଗଞ୍ଜାମ ଜିଲ୍ଲାରେ ପୁଣି ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଗଲାଣି ଆଉ 8 ଟି କୋଭିଡ କେୟାର ସେଣ୍ଟର ସହିତ ଡେଡିକେଟେଡ କୋଭିଡ ହେଲଥ୍ ସେଣ୍ଟର ।
ସେଗୁଡିକ ହେଉଛି ବ୍ରହ୍ମପୁର ସହରରେ ରହିଥିବା ବିଜୁ ପଟ୍ଟନାୟକ ହୋମିଓପାଥିକ ମହାବିଦ୍ୟାଳୟର ଛାତ୍ରୀ ନିବାସକୁ 50 ଶଯ୍ୟା ବିଶିଷ୍ଟ ଡେଡିକେଟେଡ କୋଭିଡ ହେଲଥ୍ ସେଣ୍ଟର । ଏହାସହ ବ୍ରହ୍ମପୁରର ଗେଟ ବଜାର ଛକ ନିକଟରେ ରହିଥିବା ବେସରକାରୀ ଅମିତ୍ ହସପିଟାଲରେ 100 ଶଯ୍ୟା ବିଶିଷ୍ଟ ଡେଡିକେଟିଭ ହେଲଥ୍ ସେଣ୍ଟର, ଆସିକା ସହରରେ ରହିଥିବା ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ 100 ଶଯ୍ୟା ବିଶିଷ୍ଟ ଡେଡିକେଟିଭ ହେଲ୍ଥ ସେଣ୍ଟର , ସହରର ନୀଳକଣ୍ଠନଗର ସରସ୍ବତୀ ଶିଶୁ ମନ୍ଦିରର ଉଭୟ ଛାତ୍ର ଏବଂ ଛାତ୍ରୀ ନିବାସରେ ରହିଥିବା ମୋଟ ୫୦୦ ଶଯ୍ୟା ବିଶିଷ୍ଟ କୋଠାକୁ କୋଭିଡ କେୟାର ସେଣ୍ଟର, ଜିଲ୍ଲାର ପାତ୍ରପୁର ଏବଂ ସାନଖେମୁଣ୍ଡି ଠାରେ ରହିଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ 100 ଶଯ୍ୟା ବିଶିଷ୍ଟ ଲେଖାଏଁ କୋଭିଡ କେୟାର ସେଣ୍ଟର ସହିତ ଆସିକାର କୁଣ୍ଠ ନିରାକରଣ ଚିକିତ୍ସାଳୟ କୋଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ସହିତ ବ୍ରହ୍ମପୁର ଠାରେ ରହିଥିବା ବିପିଏଚ୍ କଲେଜ ଓ ହସପିଟାଲର ୫୦ ଶଯ୍ୟା ବିଶିଷ୍ଟ କୋଠାକୁ କୋଭିଡ କେୟାର ସେଣ୍ଟର ଭାବରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ପାଇଁ ଏହା ଉଦ୍ଧିଷ୍ଟ ହେବ ବୋଲି ନିର୍ଦ୍ଦେଶ ରେ କୁହାଯାଇଛି ।