ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଓ ବଡ଼ଗଡ଼ ଠାରେ 70ତମ ବନ ମହୋତ୍ସବ ପାଳିତ ହୋଇଛି । ଏହି ମହୋତ୍ସବରେ ଡିଏଫ୍ଓ ସତ୍ୟ ନାରାୟଣ ଦେହୁରୀ ଏବଂ ସ୍ଥାନୀୟ ବିଧାୟକ ପୁର୍ଣ୍ଣ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏତତବ୍ୟତୀତ ସ୍କୁଲର ଛାତ୍ରଛାତ୍ରୀ ଓ ବନ କର୍ମଚାରୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
70ତମ ବନମହୋତ୍ସବରେ ଲାଗିଲା 100 ଚାରା - ganjam
ଗଞ୍ଜାମ ଜିଲ୍ଲା ସୋରଡ଼ା ଓ ବଡ଼ଗଡ଼ ଠାରେ 70ତମ ବନ ମହୋତ୍ସବ ପାଳିତ । ମହୋତ୍ସବରେ ଡିଏଫ୍ଓ ସତ୍ୟ ନାରାୟଣ ଦେହୁରୀ ଏବଂ ସ୍ଥାନୀୟ ବିଧାୟକ ପୁର୍ଣ୍ଣ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିଥିଲେ । ପ୍ରତ୍ୟେକ ଲୋକ ଗୋଟିଏ ଗୋଟିଏ ଗଛ ଲଗାଇଲେ 'ବନ ସହ ଜନ ବଞ୍ଚିବ' ସ୍ଲୋଗାନ ଦେଇ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ସଚେତନ କରିଥିଲେ ।
ପ୍ରତିବର୍ଷ ପରି ଚଳିତ ବର୍ଷ ଜୁଲାଇ 1 ଠାରୁ 7 ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ଭାବେ ପାଳନ କରାଯାଉଥିବାବେଳେ ସୋରଡ଼ାର ବିଭିନ୍ନ ସ୍ଥାନରେ 100 ଚାରା ଲଗାଯାଇଥିଲା । ସେହିପରି ବଡ଼ଗଡ଼ ଗାର୍ଲ୍ସ ହାଇସ୍କୁଲ ପରିସରରେ 100 ଚାରା ଲଗାଯାଇଛି । ତେବେ ଜଙ୍ଗଲ କ୍ଷୟ ଯୋଗଁ ଜଳବାୟୁ ପରିବର୍ତ୍ତନ ଘଟି ବନ୍ୟା ବାତ୍ୟା ମରୁଡି ଭଳି ବହୁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡୁଛି । ଏହି ସବୁରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଲୋକ ଗୋଟିଏ ଗୋଟିଏ ଗଛ ଲଗାଇଲେ 'ବନ ସହ ଜନ ବଞ୍ଚିବ' ସ୍ଲୋଗାନ ଦେଇ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ସଚେତନ କରାଇଥିଲେ ଡିଏଫଓ ସତ୍ୟ ଦେହୁରୀ ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ