ଓଡିଶା

odisha

ETV Bharat / state

ଅଙ୍ଗଦାନ କରିଥିବା ସୁରଜଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ସହାୟତା ରାଶି - ଅଙ୍ଗଦାନ ନ୍ୟୁଜ

ସୁରତରେ ରହୁଥିବା ସମୟରେ ଅଙ୍ଗଦାନ କରି 6ଜଣଙ୍କ ଜୀବନ ବଞ୍ଚାଇଥିବା ମୃତ ଓଡିଆ ପୁଅ ସୁରଜ ସେଠୀଙ୍କ ପରିବାରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଦାନ କରିଛନ୍ତି 5ଲକ୍ଷ ଟଙ୍କାର ସହାୟତା ରାଶି ।

member
member

By

Published : Dec 17, 2019, 7:07 PM IST

ବ୍ରହ୍ମପୁର: ଜୀବନ ଚାଲିଗଲା ପରେ ବି 6 ଜଣଙ୍କୁ ପ୍ରାଣଦାନ ଦେଇଥିଲେ ଓଡିଆ ପୁଅ ସୁରଜ ସେଠୀ । ଏନେଇ ମୃତ ସୁରଜଙ୍କ ପରିବାରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ପ୍ରଦାନ କରାଯାଇଛି 5 ଲକ୍ଷ ଟଙ୍କାର ସହାୟତା ରାଶି । ସୁରତରେ ରହୁଥିବା ସମୟରେ ଓଡିଆ ପୁଅ ସୁରଜ ସେଠୀ ଅଙ୍ଗଦାନ କରି ଛଅ ଜଣଙ୍କ ଜୀବନ ବଞ୍ଚାଇଥିଲେ ।

ଅଙ୍ଗଦାନ କରିଥିବା ମୃତ ସୁରଜଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ସହାୟତା ରାଶି

ତେବେ ସୁରଜଙ୍କ ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲସିଂ ଗ୍ରାମର ବାପା ବାବୁଲି ସେଠୀ ଓ ମାଆ ଗୀତାଞ୍ଜଳୀ ସେଠୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ସୂଚନାମୁତାବକ, ପରିବାର ସହ ସୁରତରେ ରହୁଥିବା ସୁରଜ ଗତ ଅକ୍ଟୋବର ୨୯ ରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଶେଷରେ ନଭେମ୍ବର ୨ ତାରିଖରେ ସେ ଆଖି ବୁଜିଥିଲେ । ଏହାପରେ ସୁରତର ଏକ ସ୍ବଚ୍ଛାସେବୀ ସଂସ୍ଥା ସହ ଡାକ୍ତରମାନେ ସୁରଜଙ୍କ ପିତାମାତାଙ୍କୁ ଅଙ୍ଗଦାନ ପାଇଁ ବୁଝାଇଥିଲେ । ପରିବାର ବର୍ଗଙ୍କ ସହମତିରେ ଘରୋଇ ଡାକ୍ତରଖାନାରେ ହିଁ ସୁରଜଙ୍କ ଶରୀରରୁ ଚକ୍ଷୁ ,କିଡନୀ, ହୃତପିଣ୍ଡ ଓ ଲିଭର ଭଳି ପ୍ରମୁଖ 6ଟି ଅଙ୍ଗ ବାହାର କରାଯାଇ ବହୁ କମ୍ ସମୟ ମଧ୍ୟରେ ତାହାକୁ ବିଭିନ୍ନଙ୍କ ଶରୀରରେ ସଫଳ ପ୍ରତିରୋପଣ କରାଯାଇଥିଲା ।


ସୁରଜଙ୍କ ପରିବାରର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଅନ୍ୟକୁ ଆଲୋକିତ କରିବାର ମହତ କାମ କରି ନିଜ ମଣିଷ ପଣିଆ ପାଇଁ ଅନ୍ୟର ହୃଦୟକୁ ଜିଣି ପାରିଥିବା ନେଇ ରାଜ୍ୟ ସରକାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।


ବ୍ରହ୍ମପୁରରୁ ସମୀର ଆଚାଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details