ଓଡିଶା

odisha

ETV Bharat / state

ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ତିନି ବିଦ୍ୟାର୍ଥୀଙ୍କ ସ୍ୱର୍ଣ୍ଣପଦକ

ଗୋଆର ମଡଗାଁ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ୩ ବିଦ୍ୟାର୍ଥୀଙ୍କୁ ମିଳିଲା ସ୍ୱର୍ଣ୍ଣପଦକ । ନେପାଳ ଠାରେ ଆୟୋଜିତ ହେବାକୁ ଥିବା ଆନଃର୍ଜାତୀୟ କ୍ରୀଡାରେ ଭାଗ ନେବା ପାଇଁ ହେଲେ ମନୋନୀତ । ଅଧିକ ପଢନ୍ତୁ...

By

Published : Jul 22, 2021, 7:43 AM IST

ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ତିନି ବିଦ୍ୟାର୍ଥୀଙ୍କ ସ୍ୱର୍ଣ୍ଣପଦକ
ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ତିନି ବିଦ୍ୟାର୍ଥୀଙ୍କ ସ୍ୱର୍ଣ୍ଣପଦକ

ବ୍ରହ୍ମପୁର:ଗୋଆର ମଡଗାଁ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ୩ ବିଦ୍ୟାର୍ଥୀଙ୍କୁ ମିଳିଲା ସ୍ୱର୍ଣ୍ଣପଦକ । ଫିଟ୍ ଇଣ୍ଡିଆ ନ୍ୟାସ୍‌ନାଲ୍ ୟୁଥ୍ ସ୍ପୋର୍ଟସ ଏଣ୍ଡ ଏଣ୍ଡୁକେସନ୍ ଇଣ୍ଡିଆ ତରଫରୁ ଆୟୋଜିତ ଏହି ଜାତୀୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ୧୪ ବର୍ଷିୟ ବକ୍ସିଂ ପ୍ରତିଯୋଗିତାରେ ବ୍ରହ୍ମପୁର ସହରର ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଏନ୍.ତେଜେସ୍ କୁମାର ୪୬-୪୯ କିଲୋ ବର୍ଗରେ ଭାଗ ନେଇ ତାମିଲନାଡୁ ଓ ରାଜ୍ୟସ୍ଥାନକୁ ହରାଇ ତୃତୀୟ ଓପେନ୍ ନ୍ୟାସନାଲ ଚାମ୍ପିଅନସିପ୍ ପାଇଁ ୨୦୨୧ ରେ ମନୋନୀତ ହୋଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।

ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ତିନି ବିଦ୍ୟାର୍ଥୀଙ୍କ ସ୍ୱର୍ଣ୍ଣପଦକ

ସେହିପରି ସିନିୟର ବର୍ଗରେ ଡି.ଦୁର୍ଗାପ୍ରସାଦ ଦାଶ ୫୨-୫୬ କିଲୋ ବର୍ଗରେ ଭାଗ ନେଇ ଉଭୟ ମହାରାଷ୍ଟ, ରାଜ୍ୟସ୍ଥାନକୁ ହରାଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ । ୬୦-୬୪ କିଲୋ ବର୍ଗରେ ପ୍ରମୋଦ କୁମାର ଆପର୍ଟ ରାଜ୍ୟସ୍ଥାନ, ତାମିଲନାଡୁ ଏବଂ ମହାରାଷ୍ଟ୍ର ରାଜ୍ୟକୁ ହରାଇ ସ୍ୱର୍ଣ୍ଣପଦକ ପାଇବା ସହ ଏହି ୩ ପ୍ରତିଯୋଗୀ ନେପାଳ ଠାରେ ଆୟୋଜିତ ହେବାକୁ ଥିବା ଆନଃର୍ଜାତୀୟ କ୍ରୀଡା ପାଇଁ ଚୟନ ହୋଇଛନ୍ତି ।

ରାଜ୍ୟରୁ ୩ଜଣ ପ୍ରତିଯୋଗୀ ଗଞ୍ଜାମର ହୋଇଥିବାବେଳେ ଆଗାମୀ ଦିନରେ ଦେଶ ପାଇଁ ପଦକ ଆଣିବା ପାଇଁ ନିଜର ଅଭ୍ୟାସ ଜାରି ରଖିବା ସହିତ ଏଭଳି ସଫଳତା ପାଇଁ ନିଜର କୋଚ କବିରାଜ ଗୌଡ ଏବଂ ପରିବାର ବର୍ଗଙ୍କୁ ଶ୍ରେୟ ଦେଇଥିବା ବେଳେ ସ୍ୱର୍ଣ୍ଣପଦକ ପାଇ ଫେରିବା ପରେ ବ୍ରହ୍ମପୁର ରେଳଷ୍ଟେସନରେଙ୍କୁ ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details