ଓଡିଶା

odisha

ETV Bharat / state

ବିହାରରୁ ଆସି ବ୍ରହ୍ମପୁର ଚଲାଇଥିଲେ ଲୁଟପାଟ, 3 ଜଣଙ୍କୁ ବାନ୍ଧିଲା ପୋଲିସ - ଆନ୍ତଃ ରାଜ୍ଯ ଲୁଟେରା ଗ୍ୟାଙ୍ଗର 3 ସଦସ୍ୟ ଗିରଫ

ବିହାରରୁ ଆସି ବ୍ରହ୍ମପୁରରେ ଲୁଟପାଟ କରୁଥିବା ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟ ଗିରଫ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ଆନ୍ତଃ ରାଜ୍ଯ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟ ଗିରଫ
ବ୍ରହ୍ମପୁରରେ ଆନ୍ତଃ ରାଜ୍ଯ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟ ଗିରଫ

By

Published : Jul 27, 2023, 12:32 PM IST

ବ୍ରହ୍ମପୁରରେ ଆନ୍ତଃ ରାଜ୍ଯ ଲୁଟେରା ଗ୍ୟାଙ୍ଗର ୩ ସଦସ୍ୟ ଗିରଫ

ବ୍ରହ୍ମପୁର: ବିହାରରୁ ଆସି ବ୍ରହ୍ମପୁରରେ ଲୁଟ କରୁଥିବା ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟ ଧରାପଡିଛନ୍ତି । କୌଣସି ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ସମୟରେ ଏହି ଲୁଟେରାମାନେ ତାଙ୍କୁ ଟାର୍ଗେଟ କରୁଥିଲେ । କିଛି ରାସାୟନିକ ସାମଗ୍ରୀ ତାଙ୍କ ଉପରକୁ ଫିଙ୍ଗି ଟଙ୍କା ଝାମ୍ପି ନେଇ ଚମ୍ପଟ ମାରୁଥିଲେ । ବ୍ରହ୍ମପୁର ପୋଲିସ ଗାଡି ଯାଞ୍ଚ କରିବା ବେଳେ ଏହି ଆନ୍ତଃ ରାଜ୍ୟ ଲୁଟେରାମାନଙ୍କୁ ଗିରଫ କରିଛି । ସେମାନେ ହେଲେ ବିହାର କଟିକାର ଜିଲ୍ଲାର ସନ୍ତୋଷ କୁମାର ନାଟ୍, ରାଜା ଯାଦବ ଓ ମନିସ କୁମାର ଯାଦବ । ଅଭିଯୁକ୍ତଙ୍କ ନିକଟରୁ ପୋଲିସ ନଗଦ ୨୪ ହଜାର ୮୦୦ ଟଙ୍କା ଓ ଲୁଟରେ ବ୍ୟବହୃତ ଦୁଇଟି ମୋଟର ସାଇକେଲ ଜବତ କରିଛି ।

ଏହି ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ ସହରର ବିଭିନ୍ନ ବ୍ୟାଙ୍କ ପାଖରେ ଛକି ବସୁଥିଲେ । କେହି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଏମାନେ ସେହି ବ୍ୟକ୍ତିଙ୍କ ଉପରକୁ ରାସାୟନିକ ସାମଗ୍ରୀ ଫିଙ୍ଗି ଲୁଟ୍ କରୁଥିଲେ । ଏହିପରି ଭାବେ ଲୁଟେରାମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ମଙ୍ଗଳବାର ବ୍ରହ୍ମପୁର ପୋଲିସର ଏମ.ଭି ଚେକିଂ ବେଳେ ଏହି ଗ୍ୟାଙ୍ଗର ୩ ସଦସ୍ୟ ଧରାପଡିଥିଲେ । ୩ ଜଣ ଦୁଇଟି ମୋଟର ସାଇକରେ ଯାଉଥିବା ବେଳେ ପୋଲିସ ସେମାନଙ୍କ ଅଟକାଇ ଥିଲା । ସେମାନେ ଓଡ଼ିଆ କହିପାରୁ ନଥିବାବେଳେ କେବଳ ହିନ୍ଦୀ କହୁଥିବାରୁ ସନ୍ଦେହ ଆସିଥିଲା ।

ଏହାମଧ୍ୟ ପଢନ୍ତୁ: ନକଲି ନକ୍ସଲକୁ ବାନ୍ଧିଲା ପୋଲିସ, ଭୟ ଦେଖାଇ କରୁଥିଲା ବଟି ଆଦାୟ

ପୋଲିସ ଗାଡିର କାଗଜପତ୍ର ଯାଞ୍ଚ କରିବା ସମୟରେ କିଛି ସନ୍ଦେହଜନକ ସାମଗ୍ରୀ ମିଳିଥିଲା । ଆଧାର କାର୍ଡ ଠାରୁ ନେଇ ସମସ୍ତ କାଗଜପତ୍ର ନକଲି ବୋଲି ଜାଣିବା ପରେ ପୋଲିସ ୩ ଜଣଙ୍କୁ ଅଟକ ରଖି ଅଧିକ ଖୋଳତାଡ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କ ଠାରୁ ନମ୍ବର ପ୍ଲେଟ, ଟାୟାର ପଞ୍ଚର କରିବାର ସାମଗ୍ରୀ, ଶରୀର କୁଣ୍ଡେଇ ହେବାର ରାସାୟନିକ, ଚାରୋଟି ମୋବାଇଲ ଫୋନ ଓ ଟ୍ରେନ ଟିକେଟ ଜବତ କରାଯାଇଥିଲା । ପରେ ସେମାନେ ଆନ୍ତଃ ରାଜ୍ୟ ଲୁଟେରା ବୋଲି ପୋଲିସ ସ୍ପଷ୍ଟ ହୋଇଥିଲା ।

ଗିରଫ ଅଭିଯୁକ୍ତମାନେ ବ୍ରହ୍ମପୁର ସହର ବ୍ୟତୀତ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଲୁଟପାଟ କରୁଥିଲେ । ଲକ୍ଷ୍ମୀସାଗର ଥାନାରେ ଗତ ମେ' ଓ ଜୁନ ମାସରେ ହୋଇଥିବା ଦୁଇଟି ଲୁଟ୍ ମାମଲା, ମେ ଓ ଜୁନରେ ଏୟାରଫିଲ୍ଡ ଥାନାରେ ଦୁଇଟି ଲୁଟ ମାମଲାରେ ସାମିଲ ଥିଲେ । ଖୋର୍ଦ୍ଧା , କଟକ ଏବଂ ଭଦ୍ରକରେ ହୋଇଥିବା ବିଭିନ୍ନ ମାମଲାରେ ସେମାନଙ୍କ ସମ୍ପୃକ୍ତି ରହିଛି । ଏହାବ୍ୟତୀତ ଏହି ଲୁଟେରା ବିହାର, ଝାରଖଣ୍ଡ, ଗୁଜୁରାଟ ଏବଂ ପଶ୍ଚିମବଙ୍ଗରେ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଲୁଟ ମାମଲାରେ ଜଡିତ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ୍ ।

ସେମାନେ ନିଜ ପରିଚୟ ଓ ଗାଡିର ନମ୍ବର ପ୍ଲେଟ ବଦଳାଇ ଲୁଟପାଟ କରୁଥିଲେ । ଏହି ଆନ୍ତଃ ରାଜ୍ୟ ଗ୍ୟାଙ୍ଗରେ ୧୫ ଜଣ ସଦସ୍ୟ ରହିଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details