ଓଡିଶା

odisha

ETV Bharat / state

ପ୍ରୋଜେକ୍ଟ ଇଞ୍ଜିନିୟରଙ୍କୁ ଅପହରଣ ମାମଲା: 3 ଗିରଫ

ଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅଞ୍ଚଳରେ ଜଣେ ଯୁବ ଇଞ୍ଜିନିୟରଙ୍କୁ ଅପହରଣ କରି ଟଙ୍କା ଦାବି କରୁଥିବା ଅଭିଯୋଗରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି

By

Published : Mar 17, 2019, 11:32 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚମାଖଣ୍ଡି ଥାନା ଅଞ୍ଚଳରେ ଜଣେ ଯୁବ ଇଞ୍ଜିନିୟରଙ୍କୁ ଅପହରଣ କରି ଟଙ୍କା ଦାବି କରୁଥିବା ଅଭିଯୋଗରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହ ନଗଦ ଏକ ଲକ୍ଷ ଅଠର ହଜାର ଟଙ୍କା, ଟୟ ଗନ ଓ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି । ଚମାଖଣ୍ଡି ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାଘବ ସ୍ବାଇଁ, ଅମିତ ମୁଖୀ, ରାକେଶ ପାଣିଗ୍ରାହୀ। ସୂଚନା ଅନୁଯାୟୀ ଗତ ୧୫ ତାରିଖ ରାତିରେ ହୋଇଥିଲା ଏହି କାଣ୍ଡ। ଆଇ.ଏସ୍. ଡି.ଏଲ ନାମକ ଏକ କମ୍ପାନୀର ପ୍ରୋଜେକ୍ଟ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିବା ପଙ୍କଜ କୁମାର କୁଲିରିଆ ଏବଂ ତାଙ୍କ ଡ୍ରାଇଭର ଅଫିସ ଗାଡ଼ିରେ ଆସୁଥିବା ସମୟରେ ଆଇ.ଆର୍. ଇ.ଏଲ ଛକ ନିକଟରେ ୬ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିଲେ।

ଏହାପରେ ବ୍ରହ୍ମପୁରର ଏକ ଅଜଣା ସ୍ଥାନରେ ରଖି ତାଙ୍କୁ ୧୧ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ସେ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ନାନା ଧମକ ଦେଖାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ୧ଲକ୍ଷ୨୯ହଜାର ଟଙ୍କା ଦେବାରୁ ତାଙ୍କୁ ଛାଡି ଦିଆଯାଇଥିଲା। ଏ ନେଇ ଚମାଖଣ୍ଡି ଥାନାରେ ଏକ ମାମଲା ରୁଜୁ କରାଯାଇ 3 ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏଥିରେ ସଂପୃକ୍ତ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଚମାଖଣ୍ଡି ଥାନାଧିକାରୀ ସହଦେଵ ମହାପାତ୍ର ସୂଚନା ଦେଇଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details