ବ୍ରହ୍ମପୁର: କୋରୋନାକୁ ନେଇ ଏବେ ସାରା ଦେଶରେ ଲକଡାଉନ ଜାରି ରହିଛି । ତେବେ ଏଭଳି ସମୟରେ ଗଞ୍ଜାମର ଆସିକାରେ ଚୋରା ମଦ କାରବାରର ପର୍ଦ୍ଦାଫାସ କରିଛି ପୋଲିସ । ବହୁ ପରିମାଣର ଦେଶୀ ମଦ ସହିତ ମଦ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଛି ପୋଲିସ ।
ଆସିକା ଥାନା ଅନ୍ତର୍ଗତ ପାକାଲାପଲ୍ଲୀ ଏରୋଗୁଲା ବସ୍ତି ଏବଂ ବାଲିସରା ଅଞ୍ଚଳରେ ପୋଲିସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏଥିରେ ପ୍ରାୟ ଦୁଇ ହଜାର ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ମଦ ପ୍ରସ୍ତୁତ କରାଯାଉଥିବା ପ୍ରାୟ ୧୦ ହଜାର ଲିଟର ମୋଲାସିସକୁ ନଷ୍ଟ କରାଯାଇଛି । ଘଟଣାରେ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।