ବ୍ରହ୍ମପୁର: ଗଞ୍ଜେଇ ଚୋରା ଚାଲଣ ରୋକିବା ପାଇଁ ବ୍ରହ୍ମପୁରରେ କାର୍ଯ୍ୟ କରୁଛି ସ୍ପେଶାଲ ଡ୍ରାଇଭ । ବ୍ରହ୍ମପୁରକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଅବକାରୀ ଗୁଇନ୍ଦା ବିଭାଗ । ତେବେ ଗଞ୍ଜେଇ ଧରିବା ପାଇଁ ଅପେକ୍ଷା କରି ରହିଥିବା ଅବକାରୀ ବିଭାଗ ହାତରେ ଧରାପଡିଛି ନଗଦ ୧୮ ଲକ୍ଷ ଟଙ୍କା । ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଚୋରା ମାଦକ ଦ୍ରବ୍ୟ କାରବାର ଉପରେ ନଜର ରଖିଥିବା ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କଡାକଡି ଯାଞ୍ଚ ଚାଲିଥିଲା । ଏହି ସମୟରେ ଅବକାରୀ ବିଭାଗ ହାତରେ ନଗଦ ୧୮ ଲକ୍ଷ ଟଙ୍କା ନେଇ ଯାଉଥିବା ଜଣେ ବ୍ୟକ୍ତି ଧରାପଡିଥିଲା ।
ଅଧିକ ପଢ଼ନ୍ତୁ : Lawyers protest: ହାଇକୋର୍ଟରେ ଓକିଲଙ୍କ ଜାମିନ ଆବେଦନ ଶୁଣାଣି, ରାୟ ସଂରକ୍ଷିତ ରଖିଲେ କୋର୍ଟ
ଅବକାରୀ ବିଭାଗ ହାତରେ ଧରାପଡିଥିବା ବ୍ୟକ୍ତି ଜଣଙ୍କ ହେଲେ ଯାଜପୁର ଜିଲ୍ଲାର ପୁରଷୋତ୍ତମପୁର ଅଞ୍ଚଳର ସଞ୍ଜୟ ସାହୁ । ଏତେ ପରିମାଣର ଟଙ୍କାକୁ ନେଇ ପକେଟ୍ କରି ସଞ୍ଜୟ ସରକାରୀ ଆଇ.ଆର୍.ସି.ଟି.ସି ବସ୍ ଯୋଗେ ଯାଉଥିବା ବେଳେ ଅବକାରୀ ବିଭାଗ ଯାଞ୍ଚ ସମୟରେ ଧରା ପଡିଥିଲେ । କୈଣସି ସ୍ପଷ୍ଟ ଉତ୍ତର ଦେଇ ପାରିନଥିବାରୁ ଯାଞ୍ଚ ଅଧିକାରୀ ଏନେଇ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଥିଲେ । ପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ପୋଲିସ ଷ୍ଟେସନ ନିଆଯାଇଥିଲା ।