ଭଞ୍ଜନଗର: ନିଶା ଦେଇ ଯୁବକଙ୍କ ଠାରୁ ଲୁଟ । ଟଙ୍କା ସହ ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ । ଗଞ୍ଜାମ ଭଞ୍ଜନଗର ବସଷ୍ଟାଣ୍ଡରୁ ଲୁଟ ହୋଇଥିବାବେଳେ, ନିଶାସକ୍ତ ଅବସ୍ଥାରେ ଯୁବକକୁ ଉଦ୍ଧାର କରିଛି ପୋଲିସ ।ସେପଟେ ଉଦ୍ଧାର ଯୁବକକୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରି ଯାଞ୍ଚ ଆରମ୍ଭ କରିଛି ପୋଲିସ । ଉକ୍ତ ଯୁବକ ଜଣକ ହେଲେ ବାଣତୁମ୍ବ ଗାଁର ସନୋଜ କଟେଇ ।
ନିଶା ଦେଇ ଯୁବକଙ୍କୁ ଲୁଟିଲେ ଦୁର୍ବୃତ୍ତ
ନିଶା ଦେଇ ଲୁଟିନେଲେ 15 ହଜାର ଟଙ୍କା ସହ ମୋବାଇଲ । ଗଞ୍ଜାମ ଭଞ୍ଜନଗର ବସଷ୍ଟାଣ୍ଡରୁ ଲୁଟ ହୋଇଥିବାବେଳେ ଘଟଣାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।
ନିଶା ଦେଇ ଯୁବକଙ୍କୁ ଠାରୁ 15 ହଜାର ଟଙ୍କା ଲୁଟ
ସନୋଜ ଚେନ୍ନାଇ କୋଇମତ ଠାରେ କାମ କରୁଥିବାବେଳେ, ଗତକାଲି ସେ ନିଜ ଗାଁ ବାଣତମ୍ବକୁ ଫେରୁଥିଲେ । ହେଲେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା କେତେକ ଦୁର୍ବୃତ୍ତ ତାଙ୍କୁ ନିଶା ଦେଇ ତାଙ୍କ ଠାରୁ 15 ହଜାର ଟଙ୍କା, ମୋବାଇଲ ସହ ଘରକୁ ଆଣିଥିବା ସମସ୍ତ ଜିନିଷ ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ