ଗଜପତି: ସୋମବାର ଠାରୁ ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳରେ 18ରୁ 44ବର୍ଷ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ ହେବ । ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ତେବେ ଜିଲ୍ଲାକୁ 4ହଜାର 5 ଶହ ଟିକା ଆସିଛି । ସୋମବାରଠାରୁ ଏହା ପୌରାଞ୍ଚଳର 8ଟି ସ୍ଥାନରେ ପ୍ରଦାନ କରାଯିବ । ଏଥିପାଇଁ ଅନଲାଇନରେ ପଞ୍ଜିକରଣ କରିବା ଆବଶ୍ୟକ । ଅଫଲାଇନରେ ଟିକା ପ୍ରଦାନ କରାଯିବ ନାହିଁ । ଯେଉଁମାନେ ପୂର୍ବରୁ ପଞ୍ଜିକରଣ କରିଛନ୍ତି ସେମାନଙ୍କୁ ମଧ୍ୟ ସ୍ଲଟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।