ଓଡିଶା

odisha

ETV Bharat / state

ଯୋଗ ଶିବିରରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ପାରଳାଖେମୁଣ୍ଡିରେ ଅଘଟଣ । ଯୋଗ କରୁଥିବା ବେଳେ ହଠାତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ । ପାରଳାଖେମୁଣ୍ଡି ହାଇଟେକ ପଡିଆରେ ଆୟୋଜିତ ହୋଇଥିବା ତିନି ଦିନିଆ ଯୋଗ ଶିବିରରେ ସାମିଲ ହୋଇଥିଲେ ଉକ୍ତ ବ୍ୟକ୍ତି ।

By

Published : Feb 17, 2019, 1:24 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ଗଜପତି

ଗଜପତି: ପାରଳାଖେମୁଣ୍ଡିରେ ଅଘଟଣ । ଯୋଗ କରୁଥିବା ବେଳେ ହଠାତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ । ପାରଳାଖେମୁଣ୍ଡି ହାଇଟେକ ପଡିଆରେ ଆୟୋଜିତ ହୋଇଥିବା ତିନି ଦିନିଆ ଯୋଗ ଶିବିରରେ ସାମିଲ ହୋଇଥିଲେ ଉକ୍ତ ବ୍ୟକ୍ତି । ଯୋଗ କରୁଥିବା ବେଳେ ହଠାତ ଅଚେତ ହୋଇ ପଡିଥିଲେ । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଗଜପତି

ବର୍ତ୍ତମାନ ସୁଦ୍ଧା ମୃତବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ତେବେ ଆଶ୍ଚର୍ଯ୍ୟରେ ବିଷୟ ଯେ ଶିବିରର ଆୟୋଜକ ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗକୁ ଘଟଣା ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି । କି ଘଟଣାସ୍ଥଳରେ ପୋଲିସ କିମ୍ବା ସ୍ବାସ୍ଥ୍ୟ ବିଭାଗର କେହି ମଧ୍ୟ ଉପସ୍ଥିତ ନଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details