ଓଡିଶା

odisha

ETV Bharat / state

ମୋହନା ଡବଲ ମର୍ଡର ଘଟଣା; ଗିରଫ ହେଲେ ହତ୍ୟାକାରୀ - ମୋହନା ଡବଲ ମର୍ଡର

ସ୍ବାମୀ, ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା ଘଟଣାରେ ଅଭିଯୁକ୍ତକୁ ବାନ୍ଧିଛି ପୋଲିସ । ଆଜି ଗ୍ରାମର ଦୁଇ ଜଣଙ୍କୁ ଗିରଫ କରିଛି ମୋହନା ପୋଲିସ । ଅଧିକ ପଢନ୍ତୁ..

Accused arrested
Accused arrested

By

Published : Mar 18, 2020, 9:06 PM IST

Updated : Mar 18, 2020, 11:26 PM IST

ଗଜପତି: ମୋହନା ଥାନା କରଙ୍ଗିବାଡି ପଞ୍ଚାୟତ ଗପଟିମା ଗାଁରେ ଗୁଣିଗାରେଡି ସନ୍ଦେହରେ ସ୍ଵାମୀ ଓ ସ୍ତ୍ରୀଙ୍କ ବିଭତ୍ସ ଭାବେ କରାଯାଇଥିଲା ହତ୍ୟା । ମୃତକ ଦୁଇ ଜଣ ହେଲେ ସ୍ଵାମୀ ପତ୍ର ମଳିକ(୪୫) ଓ ତାଙ୍କ ସ୍ତ୍ରୀ ସବିତା ମଳିକ(୩୨)। ମିଳିଥିବା ସୂଚନା ମୁତାବକ ସୋମବାର ସକାଳେ ସ୍ବାମୀ ପତ୍ର ଏବଂ ସ୍ତ୍ରୀ ସବିତା ଗ୍ରାମ ନିକଟସ୍ଥ କୁତ୍ରିମା ଜଙ୍ଗଲରେ ଥିବା ନିଜ ବଗକୁ (ପାହାଡ଼ ଉପରେ କରାଯାଉଥିବା ଚାଷ) ଯାଇଥିଲେ । କିନ୍ତୁ ସେଠାରୁ ଆଉ ଘରକୁ ଫେରି ନଥିଲେ ।

ମୋହନା ଡବଲ ମର୍ଡର ଘଟଣା; ଗିରଫ ହେଲେ ହତ୍ୟାକାରୀ

ଦିନ ୧୨ ସମୟରେ କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ପତ୍ର ଏବଂ ତାଙ୍କ ସ୍ତ୍ରୀ ସବିତାଙ୍କ କ୍ଷତ ବିକ୍ଷତ ମୃତ ଦେହ ପଡ଼ିଥିବା ଦେଖିଥିଲେ । ତେବେ ଗୁଣି ସନ୍ଦେହରେ ଏହି ହତ୍ୟା ହୋଇଥବା ଅନୁମାନ କରିଥିଲେ ଲୋକେ। ସୂଚନା ମୁତାବକ ଗତ କିଛି ବର୍ଷ ଧରି ଗ୍ରାମରେ କୌଣସି ଲୋକ ମୃତ୍ୟୁ ବରଣ କଲେ ପତ୍ର ସେମାନଙ୍କୁ ଗୁଣି କରି ମାରୁ ଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ । ଏନେଇ ଗ୍ରାମରେ ବାରମ୍ବାର ବୈଠକ ମଧ୍ୟ ହୋଇଥିଲା ଏବଂ ଗୁଣି ନ କରିବା ପାଇଁ ବୈଠକରେ ପତ୍ରକୁ ତାଗିଦ ମଧ୍ୟ କରାଯାଇଥିଲା । କିନ୍ତୁ ତା ପରେ ମଧ୍ୟ କିଛି ଲୋକ ଗ୍ରାମରେ ମୃତ୍ୟୁ ବରଣ କରିଥିଲେ । ତେଣୁ ଗୁଣି ଗାରେଡ଼ି ଭଳି ଅନ୍ଧ ବିଶ୍ବାସର ବସବର୍ତ୍ତି ହୋଇ ବାପା ମା ଙ୍କୁ ହତ୍ୟା କରାଯାଇ ଥିବା ପୁଅ କହିଛି ।

ଅନ୍ୟପଟେ ସୁକାନ୍ତ ମଳିକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ମୋହନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଦେହ ଉଦ୍ଧାର କରିବା ସହ ଘଟଣାର ପ୍ରଥମିକ ତଦନ୍ତ ଆରମ୍ଭ କରିଥିଲା। ତେବେ ସ୍ବାମୀ ସ୍ତ୍ରୀ ଙ୍କ କ୍ଷତ ବିକ୍ଷତ ମୃତ ଦେହ ଉପରେ ଅତି ନିଷ୍ଣୁର ଭାବେ ଦୁର୍ବୁତ ମାନେ ଲଙ୍କା ଗୁଣ୍ଡ ପକାଇଥିବା ଦେଖିବାକୁ ମିଳିଛି । ପତ୍ନୀର ଗଳାକାଟି ହତ୍ୟା କରାଯାଇଥିବା ବେଳେ ସ୍ଵାମୀ ପତ୍ରଙ୍କ ଛାତିରେ ଏକ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରାଯାଇଥିଲା । ଘଟଣାରେ ମୋହନା ପୁଲିସ ସେହି ଗ୍ରାମର ସନ୍ତୋଷ ମଳିକ, ସଲମନ ମଳିକକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହାର କରାଯଇଥିବା ଧାରୁଆ ମାରଣାସ୍ତ୍ର ଜବତ କରିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Mar 18, 2020, 11:26 PM IST

ABOUT THE AUTHOR

...view details