ଓଡିଶା

odisha

ETV Bharat / state

ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମ୍ପନ୍ନ

ରାଜ୍ୟର ସମସ୍ତ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ । ସ୍ନାନବେଦୀରେ ଚତୁର୍ଧାମୂର୍ତ୍ତିକୁ ଦର୍ଶନ କରି ଭାବବିହ୍ୱଳ ହୋଇ ପଡିଥିଲେ ଭକ୍ତ ।

By

Published : Jun 17, 2019, 9:04 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ବାଲେଶ୍ବର: ସାରା ରାଜ୍ୟରେ ଭାବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଉତ୍ସବ । ତୃତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାଲେଶ୍ଵର ଜିଲ୍ଲାର ନୀଳଗିରି ଜଗନ୍ନାଥ ମନ୍ଦିରରେ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି ।
ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉ ମାନଙ୍କର ନୀତିକାନ୍ତି ଶେଷ ହୋଇଥିଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଶ୍ରୀଜୀଉ ମାନେ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ଆସିଥିଲେ । 108 କଳସ ଜଳରେ ଶ୍ରୀଜୀଉ ମାନଙ୍କୁ ଗାଧୋଇ ଦେବା ପରେ ଦିନ ଦୁଇଟା ପରେ ମହାପ୍ରଭୁ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ନୀଳଗିରିର ରାଜା ତଥା ଆଦି ସେବକ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଛେରା ପହଁରା କରିଥିଲେ ।

ସେପଟେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ମଧ୍ୟ ତିନି ଠାକୁରଙ୍କ ସ୍ନାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସୋମବାର ସକାଳୁ ମୈଲମ, ତଡପ ଲାଗି, ଅବକାଶ ନିତି ସାରିବାପରେ ତିନିଠାକୁରଙ୍କୁ ଦିନ 11ଟାବେଳେ ଶ୍ରୀମନ୍ଦିରରୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ଏହାପରେ ବିଭିନ୍ନ ତିର୍ଥ ସ୍ତାନରୁ ଆସିଥିବା 108 କଳସୀ ଜଳ, 108 ପଇଡ, ଚନ୍ଦନ, କର୍ପୁର, ଇତ୍ୟାଦିରେ ଚତୁର୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ମହାପ୍ରଭୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ପାରଳାଖେମୁଣ୍ଡିର ଆଖପାଖ ଅଞ୍ଚଳରୁ ଶହ-ଶହ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details