ଓଡିଶା

odisha

ETV Bharat / state

ଗଜପତିରେ 'ସି ଟିମ' କରିବ ମହିଳାଙ୍କ ସୁରକ୍ଷା - women

ଗଜପତିରେ ମହିଳାଙ୍କ ସୁରକ୍ଷା କରିବ ସି ଟିମ । ଏବେ ନିଜକୁ ଅସୁରକ୍ଷିତ ମଣିବେ ନାହିଁ ଗଜପତିରେ ରହୁଥିବା କଲେଜ ଛାତ୍ରୀ ବା ମହିଳା । ଗଜପତି ପୋଲିସ ଦ୍ବାରା ଆରମ୍ଭ ହୋଇଛି ସି ଟିମ ଯୋଜନା ।

ଫଟୋ ସୌଜନ୍ୟ : ପ୍ରତିନିଧି,ଗଜପତି

By

Published : Jun 26, 2019, 5:00 AM IST

ଗଜପତି: କିଶୋରୀ ଓ ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସି ଟିମ କାର୍ଯ୍ୟକ୍ରମ । ସୋମବାର ଏହାର ଲୋଗ ଉଦଘାଟନ ହୋଇଥିବା ବେଳେ ଏହାର ଗୀତ ଲୋକାର୍ପଣ ହୋଇଛି । ଏସପି ସାରା ଶର୍ମା ଏହାକୁ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଗଜପତି

ନାରୀର ସୁରକ୍ଷା ପାଇଁ କରିଛି ପଣ ଦେଶପାଇଁ ନିଜକୁ କରିଛି ପଣ । ଶୀର୍ଷକ ସଙ୍ଗୀତଟି ଖୋଦ ଏସପି ସାରା ଶର୍ମା ଗାଇଥିବା ବେଳେ ଏହାକୁ ସଙ୍ଗୀତରେ ସଜାଇଛନ୍ତି ଗୁରୁ ରଘୁନାଥ ପାତ୍ର । ବିଭିନ୍ନ କାମରେ ମହିଳାମାନେ ନିୟୋଜିତ ହୋଇଥିବା ବେଳେ ସେମାନେ ଘର ବାହାରେ ରହିଥାନ୍ତି । ତେବେ ଅନେକ ସମୟରେ ସେମାନେ ବିଭିନ୍ନ କ୍ଷେତ୍ରରେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହେଉଛି । କେବଳ ସେତିକି ନୁହେଁ ସ୍କୁଲ କଲେଜରେ ମଧ୍ୟ ଛାତ୍ରୀମାନେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହୋଇଥାନ୍ତି ।

ଏଭଳି ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୋଲିସ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରିଛି ସି ଟିମ । ଶିଶୁ ସୁରକ୍ଷା ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ଜଣେ ମହିଳା ଇନସପେକ୍ଟରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଯେଉଁ ଟିମ ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି କାର୍ଯ୍ୟାଳୟକୁ ଯାଇ ମହିଳାମାନଙ୍କୁ ସୁରକ୍ଷା ସଂପର୍କରେ ତଦାରଖ କରିବେ ବୋଲି ଏସପି କହିଛନ୍ତି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details