ଓଡିଶା

odisha

ETV Bharat / state

ମହିଳାଙ୍କୁ ସୁରକ୍ଷା ଦେବ ‘ସି-ଟିମ’ - police

ମହିଳାଙ୍କ ସୁରକ୍ଷା ପାଇଁ ଗଜପତି ପୋଲିସର ନିଆରା ପ୍ରୟାସ । ଆରମ୍ଭ ହେଲା ସି-ଟିମ୍ ।

ଫଟୋ ସୌଜନ୍ୟ" ପ୍ରତିନିଧି, ଗଜପତି

By

Published : Jun 24, 2019, 11:33 PM IST

ଗଜପତି: ପାରଳାଖେମୁଣ୍ଡିରେ କିଶୋରୀ ଓ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପାଇଲଟ ପ୍ରକଳ୍ପ ‘ସି-ଟିମ' । ଏନେଇ ସୋମବାର ପାରଳାଖେମୁଣ୍ଡି ଥାନା ପରିସରରେ ଏହାର ଲୋଗୋ ଉନ୍ମୋଚିତ ହୋଇଯାଇଛି । ଏସପି ସାରା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ଡ଼ିଏସପି ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

ଭିଡିଓ ସୌଜନ୍ୟ" ପ୍ରତିନିଧି, ଗଜପତି

ବିଭିନ୍ନ କାମରେ ମହିଳାମାନେ ବାହାରକୁ ଯାଉଥିବାବେଳେ ଅନେକ ସମୟରେ ସେମାନେ ବିଭିନ୍ନ କ୍ଷେତ୍ରରେ ନିର୍ଯ୍ୟାତନାର ଶିକାର ହଉଛନ୍ତି । ତେଣୁ ଏଭଳି ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଗଜପତି ପୋଲିସ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରିଛି 'ସି-ଟିମ୍' । ହାଇଦ୍ରାବାଦ ଢାଞ୍ଚାରେ ଶିଶୁ ସୁରକ୍ଷା ୟୁନିଟ୍ ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ଜଣେ ମହିଳା ଇନ୍ସପେକ୍ଟରଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଛି । ଯେଉଁ ଟିମ୍ ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ କାର୍ଯ୍ୟାଳୟକୁ ଯାଇ ମହିଳାମାନଙ୍କ ସୁରକ୍ଷା ସଂପର୍କରେ ତଦାରଖ କରିବେ । ସେହିଭଳି ନିର୍ଯ୍ୟାତନାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ । ନିର୍ଯାତନା ହୋଇଥିବା ମହିଳାଙ୍କୁ ଥଇଥାନ ପାଇଁ ଶିଶୁ ସୁରକ୍ଷା ୟୁନିଟ ସହାୟତାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

ତେବେ ମଙ୍ଗଳବାର ଏହାର ଗୀତ ଲୋକାର୍ପଣ ହେବାକୁ ଥିବାବେଳେ ବୁଧବାର ଏସମ୍ପର୍କିତ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହାପରେ ଗୁରୁବାର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭା ଯାତ୍ରା ଅନୁଷ୍ଠିତ ହେବ ଏବଂ ଶୁକ୍ରବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏହା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରାଯିବ ବୋଲି ଏସପି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details