ଗଜପତି:ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଆରମ୍ଭ ହୋଇଛି ସେରୋଲଜିକାଲ୍ ସର୍ଭେ । ତିନି ଦିନ ଧରି ହେବାକୁ ଥିବା ଏହି ସର୍ଭେ ପାଇଁ ଭୁବନେଶ୍ବର ଆରଏମଆରସିରୁ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଆଜିଠୁ ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ସେରୋଲଜିକାଲ୍ ସର୍ଭେ
ପାରଳାଖେମୁଣ୍ଡିରେ ଆଜି ଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ । ତିନି ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ସର୍ଭରେ ସାମିଲ ହୋଇଛନ୍ତି ଆରଏମଆରସିର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ । ଅଧିକ ପଢନ୍ତୁ....
ପାରଳାଖେମୁଣ୍ଡିରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ
ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ସର୍ଭେ ଚାଲୁ ରହିଛି। ସହରର ୧୬ ଗୋଟି ୱାର୍ଡକୁ ୨୦ ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ପ୍ରତି କ୍ଳଷ୍ଟରରୁ ୫୦ଟି ନମୁନା ସର୍ଭେ ପାଇଁ ସଂଗ୍ରହ କରାଯିବବୋଲି ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ