ଓଡିଶା

odisha

ଗଳିତ ମୃତଦେହକୁ ନେଇ ବଢୁଛି ସସପେନ୍ସ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

By

Published : Jan 28, 2021, 8:25 AM IST

ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଏକ ଆମ୍ବ ତୋଟାରେ ପଡି ରହିଥିବା ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ନେଇ ପୋଲିସ ଓ ସାଇଣ୍ଟିଫିକ୍ ଟିମର ତନାଘନା ଆରମ୍ଭ ହୋଇଛି ।

ଗଳିତ ମୃତଦେହକୁ ନେଇ ବଢୁଛି ସସପେନ୍ସ,  ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି
ଗଳିତ ମୃତଦେହକୁ ନେଇ ବଢୁଛି ସସପେନ୍ସ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ଗଜପତି: ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଏକ ଆମ୍ବ ତୋଟାରେ ପଡି ରହିଥିବା ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ନେଇ ପୋଲିସ ଓ ସାଇଣ୍ଟିଫିକ୍ ଟିମର ତନାଘନା ଆରମ୍ଭ ହୋଇଛି । ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି । ଏନେଇ ଗୁରାଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଗଳିତ ମୃତଦେହକୁ ନେଇ ବଢୁଛି ସସପେନ୍ସ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ଘଟଣାରୁ ପ୍ରକାଶ, ଗୁରାଣ୍ଡି ଥାନା ଅଧିନରେ ଥିବା ଘୋରଣୀ ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ବୁଧବାର ଏକ ଗଳିତ ମୃତଦେହ ପଡିଥିବା ଖବର ପୋଲିସ ଠାରେ ପହଞ୍ଚି ଥିଲା । ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ଏନେଇ ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ସାଇଣ୍ଟିଫିକ୍ ଟିମକୁ ତଦନ୍ତ ପାଇଁ ଡକାଇ ଥିଲେ । ତେବେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ସାରିବା ପରେ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସୂଚନା ମିଳିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details