ଓଡିଶା

odisha

ETV Bharat / state

ଗଜପତି ଏସ୍‌ପି ଭାବେ ଦାୟିତ୍ବ ନେଲେ ସାରା ଶର୍ମା - sharma

ମଙ୍ଗଳବାର ଗଜପତି ଏସ୍‌ପି ଭାବେ ସାରା ଶର୍ମା ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ କାର୍ଯ୍ୟରତ ଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Feb 13, 2019, 8:12 PM IST

ଗଜପତି: ରାଜ୍ୟ ସରକାର ସୋମବାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ମୋଟ ୨୯ ଜଣଙ୍କୁ ନୂତନ ଦାୟିତ୍ବ ଦିଆଯାଇଛି । ନୂତନ ଦାୟିତ୍ବ ମିଳିବା ପରେ ଏହି କ୍ରମରେ ମଙ୍ଗଳବାର ଗଜପତି ଏସ୍‌ପି ଭାବେ ସାରା ଶର୍ମା ନୂତନ ଦାୟତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ କାର୍ଯ୍ୟରତ ଥିଲେ ।

ଜଣାଯାଇଛି ଯେ ବଦଳି ନିର୍ଦେଶ ପାଇବା ପରେ ସାରା ଶର୍ମା ମଙ୍ଗଳବାର ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି । ସେଠାରେ ଏସ୍‌ପି ଅମୂଲ୍ୟ କୁମାର ଦାସଙ୍କଠାରୁ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଜିଲ୍ଲାରେ ଅପରାଧ ଅନୁସନ୍ଧାନ, ଅପରାଧ ରୋକିବା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଉପରେ ଫୋକସ କରିବା ପାଇଁ ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବରେ ସମାପନ କରିବା ଉପରେ ସର୍ବାଧିକ ଗୁରୁତ୍ୱ ରହିବ ବୋଲି ସେ କହିଛନ୍ତି । ଏହାସହ ଜିଲ୍ଲାରେ ଶାନ୍ତିଶୃଙ୍ଖଳାକୁ ବଜାୟ ରଖିବା ଓ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଗତିବିଧି ଉପରେ କଡା ପଦଷେପ ନେବା ଦିଗରେ ସେ ଚେଷ୍ଟିତ ହେବେ ବୋଲି କହିଛନ୍ତି । ସାଧାରଣ ଜନତାଙ୍କ ବିଶ୍ୱାସଭାଜନ ହେବା ପାଇଁ ପୋଲିସ କାମ କରିବ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details