ଗଜପତି: ଉପଯୁକ୍ତ ସାକ୍ଷ୍ଯ ପ୍ରମାଣ ଅଭାବରୁ 5ଟି ମାମଲାରେ ଦୋଷମୁକ୍ତ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା । ସରକାରୀ ବସପୋଡ଼ି, ଅପହରଣ ଓ ଟାୱାର ପୋଡି ଭଳି ସଙ୍ଗୀନ ମାମଲା ରହିଥିଲା ସବ୍ଯସାଚୀଙ୍କ ବିରୋଧରେ । କିନ୍ତୁ ଏହି ସବୁ ମାମଲାରେ ଗଜପତି ଜିଲ୍ଲା ଦୌରାଜଜଙ୍କୁ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ନମିଳିବାରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ଗତ 2009 ମସିହା ଡିସେମ୍ବର ମାସ 28 ତାରିଖରେ ରାଇପଙ୍କା ଠାରେ ହୋଇଥିବା ସରକାରୀ ବସପୋଡି ଏବଂ ମୋବାଇଲ ଟାୱାର ପୋଡି, 2010 ମସିହା ମାର୍ଚ୍ଚ 25ତାରିଖରେ ବିରିକୋଟ ମୋବାଇଲ ଟାୱାର ପୋଡି, 2013 ମସିହା ମାର୍ଚ୍ଚ 8 ତାରିଖରେ ପ୍ରକାଶ ଦଳବେହେରା ଅପହରଣ ଏବଂ 2012 ମସିହା ଜୁନ 22ତାରିଖରେ ଲୁହାଗୁଡି ଠାରେ ମାଓ ସାମଗ୍ରୀ ଜବତ ଘଟଣା ଆଦି 5ଟି ମାମଲାରେ ମାଓନେତା ସବ୍ୟସାଚୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାର ବିଚାର କରି ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜି ଚୂଡାନ୍ତ ରାୟ ଶୁଣାଇଥିବା କହିଛନ୍ତି ସବ୍ଯସାଚୀଙ୍କ ଓକିଲ ଦୀପକ ପଟ୍ଟନାୟକ ।