ଗଜପତି:ଅଧାରେ ଅଟକିଛି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ । ଠିକ ସମୟରେ କାମ ନ ସରିବାରୁ ଅସରାଏ ବର୍ଷାରେ ବେହାଲ ହୋଇଛି ସହରର ରାସ୍ତା । ରାସ୍ତା କାମ ସରୁଛି ନା ଡ୍ରେନରେ ପାଇପ ଲାଇନ ବିଛା ଯାଇଛି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ।
ପୂର୍ତ୍ତ ବିଭାଗ ଏବଂ ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ବର୍ଷ ବର୍ଷ ଧରି ସହରର ପ୍ରଶସ୍ତିକରଣ କାମ ଅଧପନ୍ତରିଆ ହୋଇ ପଡିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଖୋଳା ହୋଇଥିବା ଡ୍ରେନ ଏବେ ପୋତି ହୋବାକୁ ବସିଲାଣି । ଫଳରେ ସାମାନ୍ୟ ବର୍ଷାରେ ପାରଳାଖେମୁଣ୍ଡିରେ ଏକ ପ୍ରକାର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏପରିକି ପାରଳାଖେମୁଣ୍ଡି ଥାନା ମଧ୍ୟକୁ ନାଳ ପାଣି ପସିବାରୁ ଥାନା ପରିସର ଅବସ୍ଥା ସାଂଘାତିକ ହୋଇପଡିଛି ।