ଓଡିଶା

odisha

ETV Bharat / state

ବାତ୍ୟା ବିପନ୍ନଙ୍କ ପାଇଁ ରିଲିଫ ପଠାଇଲା ଗଜପତି ଜିଲ୍ଲା ପ୍ରଶାସନ

ବାତ୍ୟା ବିପନ୍ନଙ୍କ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ରିଲିଫ ସାମଗ୍ରୀ ପଠାଇଛି ।

By

Published : May 13, 2019, 9:45 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଗଜପତି

ଗଜପତି: ବାତ୍ୟା ବିପନ୍ନଙ୍କ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଚାଉଳ, ଚୁଡା, ଗୁଡ, ବିସ୍କୁଟ, ପାଣି ଏବଂ ଡାଲି ଭଳି ଅନେକ ଆବଶ୍ୟକୀୟ ସାମଗ୍ରୀ ଆଦାୟ କରି ପଠାଇଛି । ଏହି ସବୁ ସାମଗ୍ରୀ ଏକ ସ୍ବତନ୍ତ୍ର ଗାଡିରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା ବେଳେ ଆବଶ୍ୟକ ଅନୁସାରେ ସେମାନେ ଏହାକୁ ବଣ୍ଟନ କରିବେ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଗଜପତି

ରିଲିଫ ସହ 23ଲକ୍ଷ 63ହଜାର 195ଟଙ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଥିବା ଶ୍ରୀ ସାହା କହିଛନ୍ତି । ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ପ୍ରଶାସନ ରିଲିଫ ପାଣ୍ଠି ସଂଗ୍ରହ ଆରମ୍ଭ କରିଥିବା ବେଳେ ଏହାକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଏବଂ ଉଚ୍ଚସ୍ତରୀୟ ଅଧିକାରୀମାନେ ଦିନ ରାତି ଏକ କରି କାମ କରିଥିଲେ । ସହାୟତା ପ୍ରଦାନ କରିଥବାରୁ ସମସ୍ତ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁପମ ସାହା ଧନ୍ୟବାଦ ଜଣାଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details