ଓଡିଶା

odisha

ETV Bharat / state

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ପରିସରରେ ରଥଯାତ୍ରା ପାଇଁ ବୈଠକ ଆୟୋଜିତ ହୋଇଯାଇଛି।

By

Published : May 31, 2019, 5:47 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ସୁରୁଖୁରରେ ରଥଯାତ୍ରା ସମାପନ ପାଇଁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ। ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଗଜପତି ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ପରିସରରେ ଏନେଇ ଏକ ବୈଠକ ଆୟୋଜିତ ହୋଇଯାଇଛି।

ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ପାରଳା ରାଜଜେମା କଲ୍ୟାଣୀ ଗଜପତି, ଅତିରିକ୍ତ ଜିଲ୍ଲାପାଳ ସ୍ବଧାଦେବ ସିଂ ପ୍ରମୁଖଙ୍କ ସମେତ ସହରର ବହୁ ବୁଦ୍ଧିଜୀବି ଯୋଗ ଦେଇ ନିଜ ନିଜ ତଥ୍ୟ ଉପସ୍ଥାପିତ କରିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଚଳିତ ବର୍ଷ କିଭଳି ସୁରୁଖୁରୁରେ ରଥ ନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା ସମାପନ ହେବ ସେ ନେଇ ଆଲୋଚନା ହୋଇଥିବା ବେଳେ ପୁରୁଣା କମିଟି ହିଁ ସମସ୍ତ ଦାୟତ୍ବ ତୁଲାଇବେ ବୋଲି ନିଷ୍ପତ୍ତି ହୋଇଥିଲା।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details