ଓଡିଶା

odisha

ETV Bharat / state

ଖତ ଖାଉଛି ଅଲଟ୍ରାସାଉଣ୍ଡ ମେସିନ, ହନ୍ତସନ୍ତ ରୋଗୀ

ଅଦରକାରୀ ହେଉଛି ଲକ୍ଷାଧିକ ଟଙ୍କାର ଅଲଟ୍ରାସାଉଣ୍ଡ ମେସିନ। ଉଦଘାଟନକୁ 2ମାସ ପୂରିଥିଲେ ବି କାମରେ ଲାଗିପାରୁନି ସାମଗ୍ରୀ ।

By

Published : Mar 24, 2019, 12:22 AM IST

Updated : Mar 24, 2019, 12:29 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ରୋଗୀଙ୍କ ସେବାରେ ଲାଗି ପାରୁନି ଡାଏଲିସିସ୍ କେନ୍ଦ୍ର । ଅଦରକାରୀ ହେଉଛି ଲକ୍ଷାଧିକ ଟଙ୍କାର ଅଲଟ୍ରାସାଉଣ୍ଡ ମେସିନ। ଉଦଘାଟନକୁ 2ମାସ ପୂରିଥିଲେ ବି କାମରେ ଲାଗିପାରୁନି ସାମଗ୍ରୀ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ପ୍ରତିଦିନ ଏଠାକୁ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବାବେଳେ ଅଲଟ୍ରାସାଉଣ୍ଡ କିମ୍ବା ଡାଏଲିସିସ୍ ସୁବିଧା ନ ପାଇ ହନ୍ତସନ୍ତ ହେଉଛନ୍ତି । ଅଲଟ୍ରାସାଉଣ୍ଡ ପାଇଁ ଲୋକେ ବାହାର କେନ୍ଦ୍ର ଉପରେ ନିର୍ଭର କରୁଥିବାବେଳେ ଅଧିକ ଟଙ୍କା ଦେଇ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଡାଏଲିସିସ୍ ପାଇଁ ଲୋକଙ୍କୁ ବ୍ରହ୍ମପୁର କିମ୍ବା ଆନ୍ଧ୍ରର ବିଶାଖପାଟଣା ଯିବାକୁ ପଡୁଛି । ଯାହାଫଳରେ ଲୋକଙ୍କୁ ବହୁ ଖର୍ଚ୍ଚାନ୍ତର ସାମ୍ନା କରିବାକୁ ପଡୁଛି ।

ଟେକ୍ନିସିଆନ ନ ଥିବାରୁ ଅଲଟ୍ରାସାଉଣ୍ଡ ମେସିନ ଅଚଳ ହୋଇ ରହିଥିବାବେଳେ ବିଜୁଳି ସମସ୍ୟା ଯୋଗୁଁ ଡାଏଲିସିସ୍ କେନ୍ଦ୍ର କାମ କରୁନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ତେବେ ଏହାର ସମାଧାନ ପାଇଁ ଚିଠି ଲେଖା ହୋଇଛି ଏବଂ ଅତିଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଛନ୍ତି ।

ଏହାକୁ ନେଇ ସାଧାରଣ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହାର ସମାଧାନ ପାଇଁ ଲୋକେ ବାରମ୍ବାର ଦାବି କରିଥିଲେ ମଧ୍ୟ କେହି କଣ୍ଣର୍ପାତ କରୁନଥିବା ଅଭିଯୋଗ ହୋଇଛି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Mar 24, 2019, 12:29 AM IST

ABOUT THE AUTHOR

...view details