ଓଡିଶା

odisha

ETV Bharat / state

ଦ୍ବିତୀୟ ଶ୍ରୀକ୍ଷେତ୍ର ଠାରେ ବିନା ଭକ୍ତରେ ରଥଯାତ୍ରାର ନୀତିକାନ୍ତି

ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ଠାରେ ବିନା ଭକ୍ତରେ ରଥଯାତ୍ରାର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବର ଶହେ ମିଟର ଯାଏଁ 144 ଧାରା ଜାରି କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 12, 2021, 8:40 PM IST

ଦ୍ବିତୀୟ ଶ୍ରୀକ୍ଷେତ୍ର ଠାରେ ବିନା ଭକ୍ତରେ ରଥଯାତ୍ରାର ନୀତିକାନ୍ତି ଅନୁଷ୍ଠିତ
ଦ୍ବିତୀୟ ଶ୍ରୀକ୍ଷେତ୍ର ଠାରେ ବିନା ଭକ୍ତରେ ରଥଯାତ୍ରାର ନୀତିକାନ୍ତି ଅନୁଷ୍ଠିତ

ଗଜପତି: ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ଠାରେ ବିନା ଭକ୍ତରେ ରଥଯାତ୍ରାର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଏହି ଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଠାକୁରଙ୍କ ପହଣ୍ଡି ଓ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହେଉଥିବାବେଳେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ନୀତିକାନ୍ତି ଅନୁଷ୍ଠିତ ହୋଇଛି ।

ଦ୍ବିତୀୟ ଶ୍ରୀକ୍ଷେତ୍ର ଠାରେ ବିନା ଭକ୍ତରେ ରଥଯାତ୍ରାର ନୀତିକାନ୍ତି ଅନୁଷ୍ଠିତ

ସମ୍ଭାବ୍ୟ ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବର ଶହେ ମିଟର ଯାଏଁ 144 ଧାରା ଜାରି କରିଛି । ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଭାବେ ପାରଳାଖେମୁଣ୍ଡି ତହସିଲଦାର ରହିଥିବାବେଳେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି । ତେବେ ସ୍ଥିତି ପରଖିବା ପାଇଁ ଖୋଦ୍ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ତହସିଲଦାର ସଂଗ୍ରାମ ପଣ୍ଡା ଏବଂ ଏସପି ତପନ କୁମାର ପଟ୍ଟନାୟକ ପ୍ରମୁଖ ଦୀର୍ଘ ସମୟ ଯାଏଁ ଉପସ୍ଥିତ ଥିଲେ । ଠାକୁରଙ୍କ ନୀତିକାନ୍ତି ପାଇଁ ମନ୍ଦିରର ପୂଜକଙ୍କୁ ମନ୍ଦିର ମଧ୍ୟକୁ ଛଡାଯାଇଛି । ଏହା ପୂର୍ବରୁ ସେମାନଙ୍କ କୋଭିଡ ଟେଷ୍ଟ ମଧ୍ୟ କରାଯାଇଥିବା ପ୍ରଶାସନ ସ୍ପଷ୍ଟ କରିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details