ଓଡିଶା

odisha

ETV Bharat / state

ରାତି ପାହିଲେ ରଥଯାତ୍ରା, ପ୍ରସ୍ତୁତ ପାରଳାଖେମୁଣ୍ଡି

ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Jul 3, 2019, 10:53 PM IST

ଗଜପତି: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଗୁରୁବାର ସକାଳୁ ରଥ ପ୍ରତିଷ୍ଠା ପରେ ପୂର୍ବାହ୍ନ 11.45ରେ ପହଣ୍ଡି ଆରମ୍ଭ ହେବ । ଏହାପରେ ଅପରାହ୍ନ 4ଟା ବେଳେ ରଥ ଟଣା ଆରମ୍ଭ ହୋଇ ସଂନ୍ଧ୍ୟା ପୂର୍ବରୁ 3 ରଥକୁ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇବା ପାଇଁ ଯୋଜନା କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି


ତେବେ ରଥଯାତ୍ରା ସମୟରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାୟଗଡା ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ସୁରକ୍ଷା ଦାୟିତ୍ବରେ 30ଜଣ ଅଧିକାରୀଙ୍କୁ ବିଭିନ୍ନ ଦାୟତ୍ବରେ ରଖାଯାଇଥିବା ବେଳେ 5 ପ୍ଳାଟୁନ ଫୋର୍ସ ସହ 70ଜଣ ହୋମଗାର୍ଡଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବା ଏସପି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details