ଓଡିଶା

odisha

ETV Bharat / state

ପୁଣି ଚର୍ଚ୍ଚାରେ ଗଜପତି ଏସପି: କିନ୍ନରଙ୍କ ପାଇଁ ଖୋଲିଲେ ଓମଫେଡ ପାର୍ଲର

କିନ୍ନରଙ୍କ ଦୁଃଖ ବୁଝିଲେ ଗଜପତି ଏସପି ସାରା ଶର୍ମା । ସରକାରୀ ହସ୍ପିଟାଲ ସମ୍ମୁଖରେ ଖୋଲିଲେ ଓମଫେଡ ପାର୍ଲର । ଅଧିକ ପଢନ୍ତୁ...

By

Published : Dec 26, 2019, 2:07 PM IST

Omfed parlour
କିନ୍ନରଙ୍କ ପାଇଁ ଖୋଲିଲା ଓମ୍ଫେଡ ପାର୍ଲର

ଗଜପତି: ସାଧାରଣତଃ କିନ୍ନରଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖିଆସିଛି । ଏପରିକି ପରିବାର ଲୋକେ ମଧ୍ୟ ସେମାନଙ୍କୁ ନିଜ ଠାରୁ ଦୂରେଇ ଦେବାକୁ ପଛାଉ ନାହାଁନ୍ତି । ଏଭଳି ସ୍ଥିତିରେ ନିଜର ଜୀବନ ଜୀବିକା ସଂଗ୍ରହ ପାଇଁ କିନ୍ନରମାନେ ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି ଭଳି କୁତ୍ସିତ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । ଏଭଳି ସ୍ଥିତିରେ କିନ୍ନରଙ୍କୁ ଥଇଥାନ କରିବା ପାଇଁ ଓମ୍ଫେଡ ପାର୍ଲର ଖୋଲି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସପି ସାରା ଶର୍ମା ।

କିନ୍ନରଙ୍କ ପାଇଁ ଖୋଲିଲା ଓମ୍ଫେଡ ପାର୍ଲର

ସରକାରୀ ହସ୍ପିଟାଲ ସମ୍ମୁଖରେ ଏହାକୁ ସ୍ଥାପନ କରାଯାଇଥିବାବେଳେ ବୁଧବାର ଏହାକୁ ଉଦଘାଟନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ । ଏହି ଅବସରରେ ବିଧାୟକ କହିଛନ୍ତି ଯେ, ଏସପି ଜିଲ୍ଲାରେ ଯୋଗଦେବା ପର ଠାରୁ ଲୋକଙ୍କ ଉନ୍ନତି ପାଇଁ ସବୁବେଳେ ଚେଷ୍ଟିତ ଅଛନ୍ତି । ସେଥିପାଇଁ ସେ ବିଭିନ୍ନ ସମୟରେ ଭିନ୍ନ କିଛି କରି ଦେଖାଇଛନ୍ତି । ତେଣୁ ସେ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର ଅଟନ୍ତି ବୋଲି ବିଧାୟକ କହିଛନ୍ତି ।

ଅନ୍ୟପଟେ ଏସପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବରୁ କିନ୍ନରମାନଙ୍କ ସଂପର୍କରେ ତାଙ୍କର ଭିନ୍ନ ମତ ରହିଥିଲା । ହେଲେ ସେମାନଙ୍କ ସଂପର୍କରେ ଅଧିକ ପଢାପଢି କରିବା ପରେ ତାଙ୍କର ଅସଲ ଦୁଃଖ ଜଣାପଡିଥିଲା । ସେହିଦିନ ଠାରୁ ସେମାନଙ୍କ ପାଇଁ କିଛି କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲି । ଅନ୍ୟପଟେ କିନ୍ନରମାନଙ୍କୁ ରୋଜଗାର ପନ୍ଥା ମିଳିଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଏହି ଓମଫେଡ ପାର୍ଲର 24ଘଣ୍ଟା ଖୋଲା ରହିବା ସହ,ଏଠାରେ ଚାହା, କଫି ଏବଂ ଗରମ କ୍ଷୀର ସାଙ୍ଗକୁ ପାଣି ମଧ୍ୟ ବିକ୍ରି କରାଯିବ ବୋଲି ସେମାନେ କହିଛନ୍ତି । ମେଡିକାଲକୁ ଆସୁଥିବା ରୋଗୀ ଏବଂ ତାଙ୍କ ସଂପର୍କୀୟଙ୍କୁ ବହୁ ମାତ୍ରାରେ ଏହା ସୁବିଧା ଦେବ । ତେବେ ଏସପିଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details