ଓଡିଶା

odisha

ETV Bharat / state

ଗାଁ ବିକାଶର ଆସଲି ଚିତ୍ର, ଖଟିଆରେ 8 କିମି ବୁହାହେଲେ ମ୍ୟାଲେରିଆ ରୋଗୀ - 8 କିମି ଦୂରରେ ଅଟକିଲା ଆମ୍ବୁଲାନ୍ସ

ଗାଁକୁ ନାହିଁ ରାସ୍ତା । ରାସ୍ତା ନଥିବା କାରଣରୁ ଗାଁ ଠାରୁ 8 କିମି ଦୂରରେ ଅଟକିଲା ଆମ୍ବୁଲାନ୍ସ । ଖଟିଆରେ ବୁହାହେଲା ମ୍ୟାଲେରିଆ ରୋଗୀ । ଅଧିକ ପଢନ୍ତୁ

ଖଟିଆରେ ବୁହାହେଲେ ମ୍ୟାଲେରିଆ ରୋଗୀ
ଖଟିଆରେ ବୁହାହେଲେ ମ୍ୟାଲେରିଆ ରୋଗୀ

By ETV Bharat Odisha Team

Published : Aug 29, 2023, 9:49 PM IST

ଖଟିଆରେ ବୁହାହେଲେ ମ୍ୟାଲେରିଆ ରୋଗୀ

ଗଜପତି: ପୁଣି ଗାଁର ବିକଳ ଚିତ୍ର । ଖଟିଆରେ ବୁହାହେଲେ ମ୍ୟାଲେରିଆ ରୋଗୀ । ରାସ୍ତା ନଥିବା କାରଣରୁ ଗାଁ ଠାରୁ 8 କିମି ଦୂରରେ ଅଟକିଲା ଆମ୍ବୁଲାନ୍ସ । ଏପରି ଘଟଣା ଦେଖିବାକୁ ମିଳିଛି ଗଜପତି ନୂଆଗଡ଼ ବ୍ଲକ ଅଧୀନରେ ଥିବା ଢେପ୍ରିଗୁଡ଼ି ଗ୍ରାମରେ । ଗାଁର ବିକାଶ ପାଇଁ ସରକାର ମାଳମାଳ ଯୋଜନ କରିଛନ୍ତି । ଗାଁକୁ ଗଢ ଗାଁକୁ ଚାଲ ନାରା ଦେଉଛନ୍ତି , ହେଲେ ଏବେ ବି ଏମିତି ଅନେକ ଗାଁ ରହିଛି ଯେଉଁଠି ସରକାରଙ୍କ ବିକାଶ ରଥ ଗଡି ପାରିନାହିଁ । ଗାଁକୁ ଖଣ୍ଡିଏ ରାସ୍ତା ନାହିଁ । କେନ୍ଦ୍ର ସରକାର ଓ ରାଜ୍ୟସରକାର ଗ୍ରାମ ସଡକ ଯୋଜନା ନାଁରେ ଆନେକ ଯୋଜନା ଏଠି ଫେଲ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ତେବେ ସୂଚନା ଅନୁଯାୟୀ, ଢେପ୍ରିଗୁଡ଼ି ଗାଁର ଜଣେ ମହିଳା ଅଚାନକ ଚେତାଶୂନ୍ୟ ହୋଇ ପଡିଥିଲେ । ପରିବାର ଲୋକେ ଅମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବା କାରଣରୁ ଆମ୍ବୁଲାନ ଗାଁ ଠାରୁ 8 କିମି ଦୂରରେ ଅଟକି ଯାଇଥିଲା । ଫଳରେ ଗାଁ ଲୋକେ ମହିଳାଙ୍କୁ ଭାରରେ ବୋହି 8 କିମି ନେବା ପରେ ଆମ୍ବୁଲାନ୍ସରେ ଯୋଗେ ଉଦୟଗିରି ମେଡିକାଲକୁ ନିଆଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ମାଲେରିଆ ହୋଇଥିବା ସୂଚନା ଦେଇଥିଲେ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମବାସୀ ପାହାଡ଼ ଉପରେ ବସବାସ କରୁଥିବା ବେଳେ ଏହି ମୌଳିକ ସୁବିଧା ସୁଯୋଗରୁ ଦୀର୍ଘବର୍ଷ ହେବ ବଞ୍ଚିତ ରହିଛନ୍ତି । ସ୍ଵାଧୀନତାର ଦୀର୍ଘବର୍ଷ ପରେ ମଧ୍ଯ ଆଜି ପର୍ଯ୍ୟନ୍ତ ଗଜପତି ଜିଲ୍ଲାର ଅନେକ ଉପାନ୍ତ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ଯୋଜନା ପହଞ୍ଚି ପାରିନାହିଁ । ଗାଁରେ ନା ଅଛି ରାସ୍ତା ନା ପାନୀୟ ଜଳର ସୁବିଧା । ବଣ ଜଙ୍ଗଲରେ ରହି ପାହାଡ କାଡି ନଜ ପାଇଁ ରାସ୍ତା ତିଆରି କରି ମୁଖ୍ୟ ସଡକ ସହ ସଯୋଗ କରିଥିବା ଗ୍ରାମବାସୀ କହିଛନ୍ତି ।

ଅଧିକ ପଢନ୍ତୁ...ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ

ଗାଁକୁ ରାସ୍ତା ନଥିବା ଯୋଗୁଁ ମୁଖ୍ୟତଃ ଜରୁରୀକାଳୀନ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରୁନାହିଁ । ଫଳରେ ଭାର ପାଲଟିଛି ରୋଗୀଙ୍କ ଆସରା । ଜନନୀ ଯନ୍ତ୍ରଣା ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ଖଟିଆରେ ହିଁ ବୁହା ହେଉଛନ୍ତି । କିଏ ରାସ୍ତାରେ ପ୍ରସବ କରୁଛି ତ କିଏ ଜଙ୍ଗଲ ପାହାଡ଼ରେ । ସରକାରଙ୍କ ମାଳମାଳ ଯୋଜନା ଅଛି କିନ୍ତୁ ରାସ୍ତା ନାହିଁ । ଏଠି ବିକାଶ ନାହିଁ। ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣୀ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details