ଓଡିଶା

odisha

ETV Bharat / state

ଆଦିବାସୀ ଗାଁକୁ ବାଟ ହୁଡ଼ିଛି ପକ୍କା ରାସ୍ତା

ଯେଉଁ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଯେତେ ସୁଦୃଢ ସେହି ଅଞ୍ଚଳର ସାମଜିକ ଓ ଆର୍ଥିକ ସ୍ଥିତି ସେତେ ଉନ୍ନତ । ଏହାକୁ ଉପଲବ୍ଧି କରି ସରକାର ଦୁର୍ଗମ ଅଞ୍ଚଳର ଯାତାୟତ ବ୍ୟବସ୍ଥାରେ ଉନ୍ନତି ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ହେଲେ ସବୁ ଯୋଜନା ଯେପରି ଫେଲ ମାରିଛି ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Jun 18, 2019, 2:18 PM IST

ଗଜପତି: ରାଜ୍ୟରେ କେତେଦୂର କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ ସଡକ ଯୋଜନା ? ଆଉ ଆଦିବାସୀଙ୍କ ବିକାଶର ଡିଣ୍ଡିମ ପିଟୁଥିବା ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ନିର୍ମାଣ କରିଛନ୍ତି କି ପକ୍କା ରାସ୍ତା ? ଏହି ତମାମ ପ୍ରଶ୍ନର ଉତ୍ତର ଦେଉଛି ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଥିବା ଲକ୍ଷ୍ମୀପୁର ଗାଁ ରାସ୍ତା । ରାସ୍ତା ସାରା କେଉଁଠି ଖାଲ ଢିପ, ତ କେଉଁଠି ରାସ୍ତା କେଉଁଆଡେ ଯାଇଛି କିଛି ବୁଝାପଡୁନି । ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଲକ୍ଷ୍ମୀପୁର ଗାଁରେ ରୁହନ୍ତି ପ୍ରାୟ 3 ଶହ ଆଦିବାସୀ ପରିବାର । ବଣପାହାଡ ଘେରା ଏହି ଦୁର୍ଗମ ଅଞ୍ଚଳକୁ ସତେଯେମିତି ସରକାରଙ୍କ ଶୁଭ ଦୃଷ୍ଟି ପଡିନାହିଁ । ଫଳରେ ସ୍ବାଧୀନତାର 72 ବର୍ଷ ପରେ ବି ଗାଁକୁ ନିର୍ମାଣ ହୋଇପାରି ନାହିଁ ପକ୍କା ରାସ୍ତା । ଫଳରେ ଗାଁରେ କାହା ଦେହ ଖରାପ ହେଲେ ଭାର ବୋହି ନେବାକୁ ପଡେ । ଏପରିକି କିଛି ଲୋକ ମେଡିକାଲ ଯାଇ ନ ପାରି ରାସ୍ତାରେ ପ୍ରାଣ ହରାଉଥିବା ନଜିର୍ ମଧ୍ୟ ରହିଛି ।

ଖରାଦିନ ତ ଯେନତେନ କଟି ଯାଉଛି, କିନ୍ତୁ ବର୍ଷା ହେଲେ ଏକ ପ୍ରକାର ଘେରାବନ୍ଦୀ ହୋଇଯାଉଛନ୍ତି ଲୋକେ । ଲୋକଙ୍କ ଲାଗି ରହିଥିବା ଏହି ସମସ୍ୟାକୁ ନେଇ ଆମେ ଗୁମ୍ମାବକ୍ଲର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି ।

ସରକାର କେବଳ ଯୋଜନା କରି କର୍ତ୍ତବ୍ୟ ସାରି ଦେଇଛନ୍ତି । ବାସ୍ତବରେ ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରିବାକୁ ଭୁଲି ଯାଉଛନ୍ତି । ଫଳରେ ଲକ୍ଷ୍ମୀପୁର ଭଳି ଅନେକ ଗାଁକୁ ଏମିତି ଅସୁବିଧା ଭୋଗିବାକୁ ପଡୁଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details