ଓଡିଶା

odisha

ETV Bharat / state

ଗୁମ୍ମା ବ୍ଲକରେ ନାହିଁ ସ୍ଥାୟୀ ବସଷ୍ଟାଣ୍ଡ, ଟ୍ରାଫିକ ସମସ୍ଯାରେ ହନ୍ତସନ୍ତ ଲୋକେ

ଗୁମ୍ମା ବ୍ଲକରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ 2016-17 ଆର୍ଥିକ ବର୍ଷରେ ଏକ ପ୍ରକଳ୍ପ ଆସିଥିଲା । ଏଥିପାଇଁ 10 ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିଲା । ହେଲେ ପ୍ରକଳ୍ପକୁ 3 ବର୍ଷ ବିତିଥିଲେ ମଧ୍ୟ ଆଜି ଯାଏ ବସଷ୍ଟାଣ୍ଡ ହୋଇପାରିଲା ନାହିଁ । ଅଧିକ ପଢନ୍ତୁ...

ଗୁମ୍ମା ବ୍ଲକରେ ନାହିଁ ସ୍ଥାୟୀ ବସଷାଣ୍ଟ
ଗୁମ୍ମା ବ୍ଲକରେ ନାହିଁ ସ୍ଥାୟୀ ବସଷାଣ୍ଟ

By

Published : Nov 6, 2020, 8:32 AM IST

ଗଜପତି: ଆଜି ପର୍ଯ୍ୟନ୍ତ ଗୁମ୍ମା ବ୍ଲକରେ ହୋଇପାରିଲା ନାହିଁ ବସଷ୍ଟାଣ୍ଡ । ଦୀର୍ଘ 3 ବର୍ଷ ପୂର୍ବରୁ ପ୍ରକଳ୍ପ ମଜୁରୀ ହୋଇଥିଲେ ମଧ୍ୟ କାର୍ଯ୍ୟ ଶୂନ୍ୟ । ଫଳରେ ମୁଖ୍ୟ ରାସ୍ତା ଉପରେ ବସ, ଗାଡିମୋଟ ରହୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଯାହା ଦ୍ବାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ତୁରନ୍ତ ଏକ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଗୁମ୍ମା ବ୍ଲକ ବାସୀ ଦାବି କରିଛନ୍ତି । ସେପଟେ,ବସଷ୍ଟାଣ୍ଡ ପାଇଁ ଜାଗା ଚିହ୍ନଟ ସରିବା ସହ ସଂଯୋଗ କରୁଥିବା ରାସ୍ତା କାମ ମଧ୍ୟ ଶେଷ ହୋଇଛି । ଖୁବଶୀଘ୍ର ବସଷ୍ଟାଣ୍ଡ କରାଯିବ ବୋଲି କହିଛି ପ୍ରଶାସନ ।

ଗୁମ୍ମା ବ୍ଲକରେ ନାହିଁ ସ୍ଥାୟୀ ବସଷାଣ୍ଟ

ଗଜପତି ଜିଲ୍ଲାର ଅନ୍ୟତମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁମ୍ମା ବ୍ଲକ । ଜିଲ୍ଲାର ଗଠନର 28 ବର୍ଷ ପରେ ଗୁମ୍ମା ବ୍ଲକ ନାହିଁ ବସଷ୍ଟାଣ୍ଡ । ବ୍ଲକ ସଦର ମହକୁମା ହୋଇଥିବାରୁ ପ୍ରତିଦିନ ବିଭିନ୍ନ ପଞ୍ଚାୟତର ଲୋକେ ନିଜ କାମକୁ ଏଠାକୁ ଆସିଥାନ୍ତି । ବସଷ୍ଟାଣ୍ଡ ନ ଥିବାରୁ ଯିଏ ଯେଉଁଠି ପାରିଲେ ସେଠାରେ ଗାଡି ମୋଟର ରଖୁଛନ୍ତି । ଫଳରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ଦୁର୍ଘଟଣାମାନ ଘଟୁଥିବାର ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ବାସୀ ତୁରନ୍ତ ଏକ ବସଷ୍ଟାଣ୍ଡ କରିବାକୁ ଦାବି କରିଛନ୍ତି ।

ବସଷ୍ଟାଣ୍ଡ ନିର୍ମାଣ ପାଇଁ 2016-17 ଆର୍ଥିକ ବର୍ଷରେ ପଦକ୍ଷେପ ନିଆଯାଇଥିଲା । ଏହି ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ 10 ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରାଯାଥିଲା । ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ନ ହେବା ପ୍ରଶାସନିକ ଉଦାସୀନତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ସେପଟେ, ଗୁମ୍ମା ବିଡିଓ କହିଛନ୍ତି ଯେ, ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯିବା ପରେ ମଞ୍ଜୁର ହୋଇଛି । ରାସ୍ତା ନିର୍ମାଣ ପାଇଁ 10 ଲକ୍ଷ ଟଙ୍କା ବିଜୁ-କନ୍ଧମାଳ ଗଜପତି ଯୋଜନା ପାଣ୍ଠିରୁ ଖର୍ଚ୍ଚ ହୋଇଛି । ବସଷ୍ଟାଣ୍ଡ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ଜଣେ ବ୍ୟକ୍ତି ଜବରଦଖଲ କରିଛନ୍ତି । ଉଚ୍ଛେଦ ପାଇଁ ତାକୁ ନୋଟିସ କରାଯାଇଥିଲେ ମଧ୍ୟ ସେ ଜାଗା ଛାଡିବାକୁ ପ୍ରସ୍ତୁତ ହେଉନାହିଁ । ଫଳରେ ପ୍ରକଳ୍ପ କାମରେ ବିଳମ୍ବ ହେଉଥିବା କହିଛନ୍ତି । ତେବେ ଖୁବଶୀଘ୍ର ଜବରଦଖଲମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇ କାମକୁ ଆଗେଇ ନିଆଯିବ ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details