ଓଡିଶା

odisha

ETV Bharat / state

ସରକାରୀ ଅବହେଳାରେ ପାରଳାଖେମୁଣ୍ଡି ମହିଳା ଡିଗ୍ରୀ କଲେଜ - ପାରଳାଖେମୁଣ୍ଡି ମହିଳା ଡିଗ୍ରୀ କଲେଜ

ପାରଳାଖେମୁଣ୍ଡି ମହିଳା ଡିଗ୍ରୀ କଲେଜ ସରକାରୀ ଅବହେଳାର ଶିକାର ହୋଇଛି । ଦୀର୍ଘ ବର୍ଷଧରି କଲେଜ ଚାଲୁଥିଲେ ମଧ୍ୟ କୌଣସି ଭିତ୍ତିଭୂମି ନାହିଁ । ତେଣୁ ଏହାର ଛାତ୍ରୀମାନେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Sep 13, 2019, 11:55 PM IST

ଗଜପତି: ପାରଳାଖେମୁଣ୍ଡି ସ୍ଥିତ ମହିଳା ଡିଗ୍ରୀ କଲେଜର ନିଜସ୍ବ କୋଠା ନ ଥିବାରୁ ଛାତ୍ରୀମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ସ୍ଥାନରେ ଉଭୟ କନିଷ୍ଠ ଓ ଡିଗ୍ରୀ କଲେଜର କ୍ଳାସ ପଡୁଛି । ସେଥିପାଇଁ ଡିଗ୍ରୀ କଲେଜର କ୍ଲାସ ସକାଳେ କରାଯାଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଛାତ୍ରୀମାନେ ଆସୁଥିବା ବେଳେ ସେମାନଙ୍କ ରହିବା ପାଇଁ ଛାତ୍ରୀନିବାସ ମଧ୍ୟ ନାହିଁ । ଫଳରେ ସେମାନେ କ୍ଲାସ କରିବାକୁ ସକାଳୁ ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

2011 ମସିହା ପୂର୍ବରୁ ଗୋଟିଏ ସ୍ଥାନରେ ମହିଳା ମହାବିଦ୍ୟାଳୟ ପରିଚାଳିତ ହେଉଥିଲା । ହେଲେ ପରବର୍ତ୍ତୀ ସମୟରେ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ କନିଷ୍ଠ ଓ ଡିଗ୍ରୀ ଭାଗ ହୋଇଥିଲା । ପରେ ମହାବିଦ୍ୟାଳୟର କୋଠାଟି କନିଷ୍ଠ ମହାବିଦ୍ୟାଳୟ ଅଧୀନରେ ରହିଥିଲା । ଏହାପରଠାରୁ ଡିଗ୍ରୀ କଲେଜର ନିଜସ୍ବ କୋଠା ନାହିଁ । ତେଣୁ କନିଷ୍ଠ ମହାବିଦ୍ୟାଳୟ ଦୟାରେ ହିଁ ମହିଳା ମହାବିଦ୍ୟାଳୟ ଚାଲିଛି ।

କଲେଜର ଭିତ୍ତିଭୂମି ବାବଦରେ ସରକାରଙ୍କୁ ବାରମ୍ବାର ଚିଠି ଲେଖି ଅନୁରୋଧ କରାଯାଇଥିଲେ ମଧ୍ୟ ଆଜି ଯାଏ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ । କେବଳ ପ୍ରତିଶ୍ରୁତି ଦେଇ କାମ ସାରିଦେଉଛି ପ୍ରଶାସନ । ତେବେ ସରକାର ଅତିଶୀଘ୍ର ଭିତ୍ତିଭୂମି ଯୋଗାଇଦେବା ନେଇ କଲେଜର ଅଧ୍ୟକ୍ଷା ଆଶା ପ୍ରକାଶ କରିଛନ୍ତି । ଦୀର୍ଘ ବର୍ଷ ହେଲା ବିନା ଭିତ୍ତିଭୂମିରେ ଏକ ଶିକ୍ଷା ଅନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ଏଥିପ୍ରତି ସରକାରଙ୍କ ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟ । ତେବେ ସରକାରଙ୍କ ଦୃଷ୍ଟି କେବେ ପଡିବ ତାହା ଦେଖିବାକୁ ବାକି ରହିଲା ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details