ଓଡିଶା

odisha

ETV Bharat / state

ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କଲେ ବିଜେଡି ସୁପ୍ରିମୋ - election campaign

ନିର୍ବାଚନୀ ପ୍ରଚାର ପାଇଁ ଗଜପତିରେ ପହଞ୍ଚିଲେ ବିଜେଡି ସୁପ୍ରିମୋ । ଗସ୍ତ ସମୟରେ ଦଳୀୟ କର୍ମୀଙ୍କ ସହ ରୋଡ ସୋ କରିବା ସହ ଆୟୋଜିତ ନିର୍ବାଚନୀ ସଭାରେ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେବେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Apr 7, 2019, 5:06 PM IST

Updated : Apr 12, 2019, 2:42 PM IST

ଗଜପତି: ଦିନିକିଆ ନିର୍ବାଚନୀ ପ୍ରଚାର ପାଇଁ ଗଜପତି ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଜିଲ୍ଲାର ମୋହନା ନିର୍ବାଚନମଣ୍ଡଳୀର ମକାପଦାରେ ପହଞ୍ଚି ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ପରେ ଅପରାହ୍ନରେ ଗଜପତି ଷ୍ଟାଡିୟମରେ ପହଞ୍ଚି ଅନୁଷ୍ଠିତ ସାଧରଣ ସଭାରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ସହ ଲୋକଙ୍କ ଠାରୁ 2 ଟଙ୍କିଆ ଚାଉଳ ଛଡେଇ ନେଉଥିବା ସେ ଅଭିଯୋଗ ଆଣିଛନ୍ତି । ଏପରିକି ବାତ୍ୟା ତିତଲିରେ ଗଜପତି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ କେନ୍ଦ୍ର ସରକାର ଓଡିଶାକୁ ଅଣଦେଖା କରି ଆନ୍ଧ୍ର ସରକାରଙ୍କୁ ସହାୟତାର ହାତ ବଢାଇଥିଲେ । ବର୍ତ୍ତମାନ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ତୁହାକୁ ତୁହା ଓଡିଶା ଆସି ଭୋଟ ଭିକ୍ଷା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସଭାରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ପାରଳାଖେମୁଣ୍ଡିର ଏକ ରୋଡ ସୋରେ ଯୋଗ ଦେଇଥିଲେ । ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସାଧାରମ ଜନତା ଓ ଦଳୀୟ କର୍ମୀ ବେଶ ଉତ୍ସାହିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବିଜେଡି ଓ ଦଳୀୟ କର୍ମୀଙ୍କୁ ଆସନ୍ତା 11ତାରିଖରେ ହେବାକୁ ଥିବା ନିର୍ବାଚନରେ ପ୍ରଭାବ ପକାଇବ ବୋଲି ଦଳର ସାଂସଦ ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ଆଶାବାଦୀ ଅଛନ୍ତି ।

ସୂଚନାଯୋଗ୍ୟ ଗଜପତି ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମେ ରାୟଗଡ଼ା ଜିଲ୍ଲାର ଗୁଣୁପୁର, ବିଷମ କଟକ ଓ ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଥିଲେ । ଏଥିସହିତ ଦଳୀୟ କର୍ମୀଙ୍କ ସହ ରାଲି କରି ଆୟୋଜିତ ସାଧାରଣ ସଭାରେ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Apr 12, 2019, 2:42 PM IST

ABOUT THE AUTHOR

...view details