ଓଡିଶା

odisha

ETV Bharat / state

ବରିଷ୍ଠ ସାମ୍ବାଦିକ ନବିନାନନ୍ଦଙ୍କ ବିୟୋଗରେ ଗଜପତି ସାମ୍ବାଦିକ ସଂଘର ଶୋକସଭା

ବରିଷ୍ଠ ସାମ୍ବାଦିକ ନବିନାନନ୍ଦଙ୍କ ବିୟୋଗରେ ଆଜି ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ନଗର ଭବନଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସେ ୨୫ ଦିନ କୋରୋନା ସହ ଲଢି ଶେଷରେ ଗତ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ...

By

Published : Nov 16, 2020, 3:00 PM IST

Mourning ceremony on behalf of the Gajapati Journalists Association
ବରିଷ୍ଠ ସାମ୍ବାଦିକ ନବିନାନନ୍ଦଙ୍କ ବିୟୋଗରେ ଗଜପତି ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା

ଗଜପତି: ବରିଷ୍ଠ ସାମ୍ବାଦିକ ନବିନାନନ୍ଦଙ୍କ ବିୟୋଗରେ ଗଜପତି ଜିଲ୍ଲା ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ଗନ୍ତାୟତଙ୍କ ବିୟୋଗରେ ଆଜି(ସୋମବାର) ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ନଗର ଭବନଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ତେବେ ଗତ ୧୩ ତାରିଖରେ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନବୀନାନନ୍ଦ ଗନ୍ତାୟତଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

ବରିଷ୍ଠ ସାମ୍ବାଦିକ ନବିନାନନ୍ଦଙ୍କ ବିୟୋଗରେ ଗଜପତି ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା

ସେ ୨୫ ଦିନ କୋରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟ ବରଣ କରିଥିଲେ । ସେ ଦୀର୍ଘ ୩୫ବର୍ଷ ଧରି ସାମ୍ବାଦିକତା କରିଆସୁଥିଲେ । ସେ ପୂର୍ବରୁ ପ୍ରଜାତନ୍ତ୍ର ଓ ଦୈନିକ ଆଶାରେ କାର୍ଯ୍ୟ କରୁଥିଲେ । ଏପରିତି ବର୍ତ୍ତମାନ ପରିଣତ ବୟସରେ ମଧ୍ୟ ସେ ହିନ୍ଦୁସ୍ଥାନ ସମାଚାର ପାଇଁ କାର୍ଯ୍ୟ କରୁଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details