ଓଡିଶା

odisha

ETV Bharat / state

ନାବାଳିକାକୁ ଦୁଷ୍କର୍ମ କଲା ପଡୋଶୀ; ସପ୍ତାହେ ପରେବି ପୋଲିସ ହାତ ଖାଲି

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହେବାର ଇତିମଧ୍ୟରେ ସପ୍ତାହେରୁ ଅଧିକ ସମୟ ବିତିଗଲାଣି । ତଥାପି ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ । ଜାଣନ୍ତୁ ପୁରା ଖବର...

By

Published : Jan 8, 2020, 7:15 PM IST

Updated : Jan 8, 2020, 7:51 PM IST

ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର
ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର

ଗଜପତି: ନାବାଳିକା ଦୁଷ୍କର୍ମ ଅଭିଯୋଗ ହେବାର ଇତିମଧ୍ୟରେ ସପ୍ତାହେରୁ ଅଧିକ ସମୟ ବିତିଗଲାଣି । ତଥାପି ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ । ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳରୁ ଆସିଛି ଏଭଳି କିଛି ଅଭିଯୋଗ । ପୀଡିତାଙ୍କ ପରିବାର ଅତିରିକ୍ତ ଏସପିଙ୍କୁ ଭେଟି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ତେବେ ଏଥିପାଇଁ ପୋଲିସ ପ୍ରୟାସ ଜାରି ରଖିଛି ଏବଂ ଅତିଶୀଘ୍ର ଅଭିଯୁକ୍ତକୁ ଠାବ କରାଯାଇ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।

ନାବାଳିକାକୁ ଦୁଷ୍କର୍ମ କଲା ପଡୋଶୀ; ସପ୍ତାହେ ପରେବି ପୋଲିସ ହାତ ଖାଲି

ଘଟଣାଟି ଏମିତି, ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳରୁ ଆସିଛି ଏମିତି ସାଂଘାତିକ ଅଭିଯୋଗ । ଗତ ଡିସେମ୍ବର ୧୨ ତାରିଖ ଦିନ ପରିବାର ଲୋକେ ଚର୍ଚ୍ଚକୁ ଯାଇଥିଲେ । ଏହି ସମୟରେ ଘରେ 11ବର୍ଷର ନାବାଳିକା ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ପଡୋଶୀ ତରକାରୀ ଟିକିଏ ନେଇ ତାଙ୍କ ଘରକୁ ଆସିବାକୁ ନାବାଳିକାକୁ କହିଥିଲେ । ସଂପୃକ୍ତ ଯୁବକଙ୍କ କଥାରେ ବିଶ୍ବାସ କରି ତରକାରୀ ନେଇ ନାବାଳିକା ଜଣକ ତାଙ୍କ ଘରକୁ ଯାଇଥିବା ବେଳେ ସେ ନାବାଳିକାକୁ ଟଣାଓଟରା କରିବା ସହ ଦୁଷ୍କର୍ମ କରିଥିଲା ।

ଘଟଣା ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବା ସହ ଏହି ଘଟଣାର ରେକର୍ଡିଂ ଭିଡିଓ ଭାଇରାଲ କରିଦେବା ନେଇ ଧମକ ଦେଇଥିଲା ଅଭିଯୁକ୍ତ। ତେଣୁ ନାବାଳିକା ଜଣକ କାହାକୁ କିଛି କହିନଥିଲେ । ହେଲେ ଏହାର ସୁଯୋଗ ନେଇ ସଂପୃକ୍ତ ଯୁବକ ନାବାଳିକାକୁ ବାରମ୍ବାର ତାଙ୍କ ଘରକୁ ଆସିବା ପାଇଁ ବାଧ୍ୟ କରିବାରୁ ମାନସିକ ଚାପରେ ପଡି ନାବାଳିକା ଡିସେମ୍ବର ୩୦ ତାରିଖରେ ବିଷପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ । ତେବେ ଏହି ସମୟରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ସହ ଏହାର କାରଣ ପଚାରିଥିଲେ ।

ଏହି ସମୟରେ ଘଟଣା ସଂପର୍କରେ ନାବାଳିକା ଜଣକ ପରିବାର ଲୋକଙ୍କୁ ସବୁକଥା କହିଥିଲେ । ଗତ 31ତାରିଖ ଦିନ ପରିବାର ଲୋକେ ରାମଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ କେବଳ ଏକ ମାମଲା ରୁଜୁ କରିଦେଇ ଚୁପ୍ ବସିଛି, କିନ୍ତୁ ଅଭଯୁକ୍ତକୁ ଗିରଫ କରୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପରିବାର ଲୋକେ ଅତିରିକ୍ତ ଏସପିଙ୍କୁ ଭେଟି ଏନେଇ ଜଣାଇବା ସହ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଅତିରିକ୍ତ ଏସପି ପୀଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଅତିଶୀଘ୍ର ତାକୁ ଧରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jan 8, 2020, 7:51 PM IST

For All Latest Updates

ABOUT THE AUTHOR

...view details