ଓଡିଶା

odisha

ETV Bharat / state

ଗଜପତିରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ବୃଦ୍ଧ ଗିରଫ

ରାଜ୍ୟରେ ଅସୁରକ୍ଷିତ ନାରୀ। ଘରେ କି ବାହାରେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ମହିଳା। ତେବେ ରାଜ୍ୟରେ ଅଧିକାଂଶ ମାତ୍ରାରେ ନାବାଳିକାମାନେ ହିଁ ନିର୍ଯାତନାର ଶିକାର ହେଉଥିବା ନଜିର ରହିଛି।

By

Published : Mar 11, 2019, 11:51 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି

ଗଜପତି: ରାଜ୍ୟରେ ଅସୁରକ୍ଷିତ ନାରୀ। ଘରେ କି ବାହାରେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ମହିଳା। ତେବେ ରାଜ୍ୟରେ ଅଧିକାଂଶ ମାତ୍ରାରେ ନାବାଳିକାମାନେ ହିଁ ନିର୍ଯାତନାର ଶିକାର ହେଉଥିବା ନଜିର ରହିଛି। ଏହି କ୍ରମରେ ପୁଣି ଏକ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ଗଜପତି ଜିଲ୍ଲା ନୁଆକାମ୍ପ ସାହିରୁ ଆସିଛି ଏମିତି ଅଭିଯୋଗ। ଏହି ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ବାରିକ ପ୍ରଧାନ ଏବଂ ତାଙ୍କ ଘର ସେହି ସାହିରେ ବୋଲି ପୋଲିସ କହିଛି।

ପୁରା ଘଟଣା କେମିତି ଓ କେଉଁ ପରିସ୍ଥିତିରେ ହେଲା, ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଉଭୟ ନାବାଳିକା ଏବଂ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଥିବାବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଏସପି ସାରା ଶର୍ମା।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details