ଓଡିଶା

odisha

ETV Bharat / state

ହାଇଟେକ ଗ୍ରୁପ୍‌ରେ ଯୋଡି ହେଲା ଆଉ ଏକ ନୂଆ ହସ୍ପିଟାଲ - private medical

ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ନୂତନ ଘରୋଇ ହସ୍ପିଟାଲ । ହାଇଟେକ ଗ୍ରୁପ ଅଧ୍ୟକ୍ଷଙ୍କ ଦ୍ବାରା ଏହି ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଏଠାରେ ଅତ୍ୟାଧୁନିକ ସିଟି ସ୍କାନ, ଅଲଟ୍ରାସାଉଣ୍ଡ, ଇସିଜି ଓ ଡିଜିଟାଲ ଏକ୍ସ୍ରେ ଇତ୍ୟାଦି ଚିକିତ୍ସା ବ୍ୟବସ୍ଥା ରହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି,ଗଜପତି

By

Published : Jun 17, 2019, 8:21 PM IST

ଗଜପତି: ପାରଳାଖେମୁଣ୍ଡିରେ ହାଇଟେକ ଗ୍ରୁପ୍‌ ଅଧ୍ୟକ୍ଷଙ୍କ ଦ୍ବାରା ଏକ ନୂତନ ଘରୋଇ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଡ.ତିରୁପିତ ପାଣିଗ୍ରାହୀଙ୍କ ନାମରେ ନାମିତ ଏହି ହସ୍ପିଟାଲରେ ଅତ୍ୟାଧୁନିକ ସିଟି ସ୍କାନ, ଅଲଟ୍ରାସାଉଣ୍ଡ, ଇସିଜି ଓ ଡିଜିଟାଲ ଏକ୍ସ୍ରେ ଇତ୍ୟାଦି ଚିକିତ୍ସା ବ୍ୟବସ୍ଥା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଗଜପତି

ଏହି ଅବସରରେ ଡ.ତିରୁପତି ପାଣିଗ୍ରାହୀ ଏବଂ ତାଙ୍କ ପରିବାର ଲୋକେ ସାମିଲ ହୋଇ ହସ୍ପିଟାଲର ଶୁଭ ଉଦଘାଟନ କରିଛନ୍ତି । ଉକ୍ତ ହସ୍ପିଟାଲରେ ବର୍ତ୍ତମାନ ପାଇଁ 28ଟି ରୋଗୀ ସେବା ବେଡ଼ ବା ଶଯ୍ୟା ଉପଲବ୍ଧ କରାଯାଇଛି । ପରବର୍ତ୍ତି ସମୟରେ ଓଡିଶାର ବିଭିନ୍ନ ଅଞ୍ଚଳରେ ସୁପର ସ୍ପେସାଲିଟି ଡାକ୍ତରଙ୍କୁ ଅଣାଯାଇ 100 ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରିବାର ଲକ୍ଷ୍ୟ ରଖାଯାଇଛି ।

ସେପଟେ ଏନେଇ ସୂଚନା ଦେଇଛନ୍ତି ହାଇଟେକ ଗ୍ରୁପ ଅଧ୍ୟକ୍ଷ । ଏହା ସହ ବରିଷ୍ଠ ନାଗରିକ ମାନଙ୍କୁ ହାତ ପାଆନ୍ତାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହି ହସ୍ପିଟାଲର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଡ.ତିରୁପତି ପାଣିଗ୍ରାହୀ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details