ଓଡିଶା

odisha

By

Published : Jan 5, 2023, 2:13 PM IST

ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଖାମଖିଆଲି ! ପରିତ୍ୟକ୍ତ ଅବସ୍ଥାରେ ଚିକିତ୍ସା ସାମଗ୍ରୀ

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଅଧିକାରୀମାନଙ୍କ ଖାମଖିଆଲି ଓ ବେପରୁଆ ମନୋଭାବ ଯୋଗୁଁ ଲକ୍ଷାଧିକ ଟଙ୍କାର ହସ୍ପିଟାଲ ସାମଗ୍ରୀ ଏବଂ ସାଲାଇନ୍ ପରିତ୍ୟକ୍ତ ଅବସ୍ଥାରେ ପଡିରହୁଥିବା ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ଅଧିକ ପଢନ୍ତୁ

ପରିତ୍ୟକ୍ତ ଅବସ୍ଥାରେ ଚିକିତ୍ସା ସାମଗ୍ରୀ
ପରିତ୍ୟକ୍ତ ଅବସ୍ଥାରେ ଚିକିତ୍ସା ସାମଗ୍ରୀ

ପରିତ୍ୟକ୍ତ ଅବସ୍ଥାରେ ଚିକିତ୍ସା ସାମଗ୍ରୀ

ଗଜପତି:ଆଦିବାସୀ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଁଚାଇବା ପାଇଁ ସରକାର ପ୍ରୟାସ କରୁଛନ୍ତି । ହେଲେ ସ୍ଥାନୀୟ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ ଏବଂ ତଦାରଖ କରିବାର ଦାୟିତ୍ବ ନେଇଥିବା ଅଧିକାରୀମାନଙ୍କ ଖାମଖିଆଲି ଓ ବେପରୁଆ ମନୋଭାବ ଯୋଗୁଁ ଲକ୍ଷାଧିକ ଟଙ୍କାର ହସ୍ପିଟାଲ ସାମଗ୍ରୀ ଏବଂ ସାଲାଇନ୍ ଆଦି ସାମଗ୍ରୀ ଖୋଲା ଆକାଶ ତଳେ କିମ୍ବା ପରିତ୍ୟକ୍ତ ଅବସ୍ଥାରେ ପଡି ରହି ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିିଛି ଏଭଳି ଦୃଶ୍ୟ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

ଗଜପତି ଜିଲ୍ଲା ହେଉଛି ଏକ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଏହି ଜିଲ୍ଲାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବୁଦ୍ଧିଜୀବୀମାନେ ଦାବି କରୁଥିବା ବେଳେ ସରକାର ମଧ୍ୟ ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ହେଲେ ଜିଲ୍ଲା ସ୍ତରରେ ରୋଗୀ ସେବାକୁ ସଠିକ ଭାବେ କରାଇବା ଏବଂ ଏହାର ତଦାରଖ କରିବାର ଦାୟିତ୍ବ ନେଇଥିବା ଅଧିକାରୀମାନଙ୍କ ଖାମଖିଆଲି ଓ ବେପରୁଆ ମନୋଭାବ ଯୋଗୁଁ ସରକାରୀ ପ୍ରୟାସ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଏହାର ନଗ୍ନ ଉଦାହରଣ ହେଉଛି ଜିଲ୍ଲାକୁ ଆସିଥିବା ହସ୍ପିଟାଲ ବେଡ ଗୁଡିକ ଖୋଲା ଆକାଶ ତେଳେ ପଡିରହିଥିବା ଦେଖିବାକୁ ମିଳିଛି ।

ମେଡିକାଲ ଭିତରକୁ ଗଲେ ମେଡିକାଲର ସିଡି ପାଖ ନିକଟରେ ଖୋଲାରେ ସାଲାଇନ, ସିରିଞ୍ଜ, ଗଜ୍ କନା ଆଦି ଲୋକଙ୍କ କାମରେ ନଲଗାଇ ମାସାଧିକ କାଳ ହେଲା ଖୋଲା ଆକାଶ ତଳେ କିମ୍ବା ପରିତ୍ୟକ୍ତ ସ୍ଥାନରେ ପକାଇ ରଖାଯାଇଛି । ଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିବା ଭଳି ହୋଇଛି । ଜିଲ୍ଲାକୁ ଆସିଥିବା ସାମଗ୍ରୀ ଜିଲ୍ଲା ହସ୍ପିଟାଲ ପରିସରରେ ପଡିରହିଥିଲେ ମଧ୍ୟ ପ୍ରଶାସନ ଏହାକୁ ଦୃଷ୍ଟି ନଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନେଇ ବୁଦ୍ଧିଜୀବିମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବନ୍ୟାର ଅଢେଇ ବର୍ଷ ପରେ ବି ହୋଇପାରୁନି ମରାମତି, ନାହିଁ ନାହିଁରେ ଚାଲିଛି ବେଣୀପୁର ହାଇସ୍କୁଲ

ଏନେଇ ବୁଦ୍ଧିଜୀବୀମାନେ କହିଛନ୍ତି, "ହସ୍ପିଟଲ ସାମଗ୍ରୀ ଏଭଳି ପରିତ୍ୟକ୍ତ ଅବସ୍ଥାରେ ପକାଇ ରଖିବା ଦ୍ବାରା ସରକାରୀ ଟଙ୍କା ନଷ୍ଟ ହେଉଥିବା ବେଳେ ରୋଗୀ ଉପକୃତ ହେଉନାହାନ୍ତି । ସ୍ବାସ୍ଥ୍ୟ ବିଭାଗ ଏଭଳି ସରକାରୀ ସାମଗ୍ରୀ ନଷ୍ଟ କରୁଥିବା ବେଳେ ପ୍ରଶାସନ ମଧ୍ୟ ଏଥିପ୍ରତ ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଏହା ଉପରେ ନଜର ରଖି ଦାୟିତ୍ବରେ ଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ।" ଅନ୍ୟପଟେ ଏହି ଘଟଣାକୁ ନେଇ ସିଡିଏମଓ କିଛି କହିପାରିବେ ନାହିଁ ବୋଲି କହିଛନ୍ତି ।

ରାଜ୍ୟ ସରକାର ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅଧିକାରୀଙ୍କମାନଙ୍କ ଦାୟିତ୍ବହୀନତା ଉପରେ ରାଜ୍ୟ ସରକାର କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details