ଓଡିଶା

odisha

ETV Bharat / state

ସ୍ବାସ୍ଥ୍ୟସେବା ସୁଧାରିବାକୁ ଏକ ମାସର ମହଲତ ଦେଲେ ପାରଳଖେମୁଣ୍ଡିବାସୀ

ସ୍ବାସ୍ଥ୍ୟସେବା ସୁଧାରିବାକୁ ପାରଳାଖେମୁଣ୍ଡିବାସୀ ଆଜି ଆନ୍ଦୋଳନକୁ ଓହ୍ଲାଇବା ସହ ଜିଲ୍ଲାମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।

By

Published : May 16, 2019, 7:27 PM IST

Updated : May 16, 2019, 7:57 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ସମସ୍ୟା ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ନା ଶୁଣୁଛି ସ୍ବାସ୍ଥ୍ୟ ବିଭାଗ ନା ପ୍ରଶାସନ । ଏନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗଜପତି ଜିଲ୍ଲାବାସୀ । ଏହାର ପ୍ରତିବାଦରେ ପାରଳାଖେମୁଣ୍ଡିବାସୀ ଆଜି ଆନ୍ଦୋଳନକୁ ଓହ୍ଲାଇବା ସହ ଜିଲ୍ଲାମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । 30 ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ପାରଳାଖେମୁଣ୍ଡିବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ କିଡନୀ ରୋଗୀଙ୍କ ପାଇଁ ଡାଇଲିସିସ ସେଣ୍ଟର ଖୋଲା ଯାଇଛି କିନ୍ତୁ ଦୀର୍ଘ ଦିନ ହେଲା ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡର ମେସିନ ରହିଛି କିନ୍ତୁ ଟେକନିସିଆନ ଅଭାବରୁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଫଳରେ ରୋଗୀଙ୍କୁ ଘରୋଇ କ୍ଲିନିକ ଉପରେ ନିର୍ଭର କରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ଅଭିଯୋେଗ ହୋଇଛି ।

ସେହିଭଳି ଚିକିତ୍ସାଳୟରେ 24 ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ 23ଲକ୍ଷ ଟଙ୍କା ବିଦ୍ୟୁତ୍ ବିଭାଗ ନିକଟରେ ଜମା କରାଯାଇଛି କିନ୍ତୁ କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହୋଇଛି । ଏହି ସବୁ ଦାବି ନେଇ ଜିଲ୍ଲାମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ମାସକ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ପାରଳାଖେମୁଣ୍ଡିବାସୀ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : May 16, 2019, 7:57 PM IST

ABOUT THE AUTHOR

...view details