ଓଡିଶା

odisha

ETV Bharat / state

ସରୁନି ଆଶ୍ରୟସ୍ଥଳୀ ନିର୍ମାଣ କାମ, ଖୋଲା ଆକାଶ ତଳେ ବାସହୀନ - ପାରଳାଖେମୁଣ୍ଡି

ପାରଳାଖେମୁଣ୍ଡିରେ ସରୁନି ରାତ୍ରିକାଳୀନ ଆଶ୍ରୟସ୍ଥଳୀ ନିର୍ମାଣ କାମ । ଖୋଲା ଆକାଶ ତଳେ ରାତ୍ରିଯାପନ କରୁଛନ୍ତି ଶହ ଶହ ବାସହୀନ ।

ଡିଜାଇନ ଫଟୋ

By

Published : Jun 16, 2019, 9:01 PM IST

ପାରଳାଖେମୁଣ୍ଡି: ଖରା, ବର୍ଷା, ଶୀତରେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ଶହ ଶହ ବାସହୀନ । ଏମାନଙ୍କୁ ରାତିରେ ସୁରକ୍ଷିତ ଭାବେ ରହିବା ସୁବିଧା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ପାରଳାଖେମୁଣ୍ଡି ଠାରେ ଆରମ୍ଭ ହୋଇଛି ରାତ୍ରିକାଳୀନ ଆଶ୍ରୟସ୍ଥଳୀ ନିର୍ମାଣ କାମ । ହେଲେ ଏହି କୋଠା ନିର୍ମାଣ ପାଇଁ ଦିଆଯାଇଥିବା ସମୟ ସୀମା ସରି ଆହୁରି ଅନେକ ଦିନ ବିତି ସାରିଥିଲେ ମଧ୍ୟ ଏହା ସରିପାରୁନାହିଁ । ଫଳରେ ବାସହୀନ ମାନେ ଖୋଲା ଆକଶ ତଳେ ଜୀବନ ବିତାଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଯାହାକି ଆଗକୁ ବର୍ଷାଦିନ ଆସୁଥିବାରୁ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ପ୍ରାୟ 50ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି କୋଠା କାମ ପାଇଁ ଦିଆଯାଇଥିବା ସମୟ ସରିବାର ଅନେକ ଦିନ ବିତିସାରିଲାଣି । ତଥାପି ଏହା ସରିବା ତ ଦୂରର କଥା ଅଧାକାମ ବି ହୋଇନାହିଁ । ଯାହାକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ଯୋଗୁଁ କାମ ହେବାରେ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି ।

ପାରଳାଖେମୁଣ୍ଡି ସହରର ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ବିଭିନ୍ନ ଛକରେ ଥିବା ଯାତ୍ରୀ ବିଶ୍ରାମ ଗୃହ ଏବଂ ବିଭିନ୍ନ ମନ୍ଦିର ବାରଣ୍ଡାରେ ଶହ ଶହ ବାସହୀନ ଖୋଲା ଆକାଶ ରହିଛନ୍ତି । କୋଠା ନିର୍ମାଣ ହୋଇପାରୁନଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରିବା ସମ୍ଭବ ହେଉନାହିଁ । ତେବେ ଏନେଇ ପାରଳାଖେମୁଣ୍ଡି ପୌର ପରିଷଦର ନିର୍ବାହୀ ଅଧିକାରିଙ୍କ ସହ ଯୋଗାଯୋଗ କରିବାରୁ କୋଠା ନିର୍ମାଣ କାମ ଚାଲିଛି ଏବଂ ଅତିଶୀଘ୍ର ଏହାକୁ ସଂପୂର୍ଣ୍ଣ କରାଯିବ ବୋଲି ସେ କହିଛନ୍ତି ।

ତେବେ କୋଠା ନିର୍ମାଣ କାମ କେବେ ସରୁଛି ଓ ବେସାହାରା ଲୋକେ କେବେ ସାହାରା ପାଉଛନ୍ତି ତାହା ଦେଖିବାର କଥା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details