ଓଡିଶା

odisha

ETV Bharat / state

ସାରା ରାଜ୍ୟରେ ହକି କ୍ରେଜ୍‌, ପାରଳାଖେମୁଣ୍ଡିରେ ପହଞ୍ଚିଲା ପୁରୁଷ ହକି ବିଶ୍ବକପ ଟ୍ରଫି

ସାରା ଦେଶରେ ପରିକ୍ରମା କରି ଓଡ଼ିଶା ଫେରିଛି FIH ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ଏବେ ଭ୍ରମଣ କରୁଛି ଓଡିଶାରେ । ଏହି କ୍ରମରେ ଆଜି ପାରଳାଖେମୁଣ୍ଡିରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

By

Published : Dec 29, 2022, 10:30 PM IST

world cup trophy in Paralakhemundi
ପାରଳାଖେମୁଣ୍ଡିରେ ହକି ଟ୍ରଫି

ପାରଳାଖେମୁଣ୍ଡିରେ ହକି ଟ୍ରଫି

ପାରଳାଖେମୁଣ୍ଡି:ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ FIH ପୁରୁଷ ହକି ବିଶ୍ବକପ । ଏହାର ପ୍ରଚାର ପାଇଁ ବିଶ୍ବ କପ ଟ୍ରଫିକୁ ସାରା ଓଡିଶା ଭ୍ରମଣ କରାଯାଉଛି । ଏହି କ୍ରମରେ ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡିରେ ପହଞ୍ଚିଛି ବିଶ୍ବକପ ଟ୍ରଫି । ଏହି ବିଶ୍ବକପ ପହଞ୍ଚିବା ପରେ ଧୁମଧାମରେ ଭବ୍ୟ ସ୍ବାଗତ କରାଯାଇଥିଲା । ସ୍ଥାନୀୟ ଫରେଷ୍ଟ ଗେଟ୍‌ ଛକରେ ବିଶ୍ବକପ ଟ୍ରଫିକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଏସପି ଏସ୍.ସ୍ବାତୀ କୁମାର ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ଏହାପରେ ବିରାଟ ପଟୁଆରରେ ସ୍ଥାନୀୟ ଷ୍ଟାଡିୟମକୁ ଅଣାଯାଇ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ବିଶ୍ବକପକୁ ସହର ପରିକ୍ରମା କରାଯାଇ ପରେ ଗୁଣପୁର ଅଭିମୁଖେ ଏହା ବାହାରି ଯାଇଥିଲା । ଏହି ଅବସରରେ ଜିଲ୍ଲାର ସମସ୍ତ ନିର୍ବାଚିତ ଜନପ୍ରତିନିଧି, ବରିଷ୍ଠ ନାଗରିକ, ବିଭିନ୍ନ ସାଂସ୍କୃତିକ ଓ କ୍ରୀଡା ସଂଗଠନ ପ୍ରମୁଖ ସାମିଲ ହୋଇଥିଲେ । ଏହାସହ ଜିଲ୍ଲାର ସମସ୍ତ ନିର୍ବାଚିତ ଜନପ୍ରତିନିଧି, ବରିଷ୍ଠ ନାଗରିକ, ବିଭିନ୍ନ ସାଂସ୍କୃତିକ ଓ କ୍ରୀଡା ସଂଗଠନ ଏଥିରେ ସାମିଲ ହୋଇଥିଲେ ।

ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ସାରା ଦେଶରେ ପରିକ୍ରମା କରି ଫେରିଲା FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ବିଶ୍ବକପ ଟ୍ରଫି ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା । ଆସନ୍ତା 2023 ଜାନୁଆରୀ 13ରୁ 29 ଯାଏଁ ଓଡିଶାରେ ହକି ବିଶ୍ବ କପ ଖେଳାଯିବ( Hockey World Cup 2023 ) । ୨୦୨୩ ହକି ବିଶ୍ବକପ ପାଇଁ ପ୍ରାୟୋଜକ ରହିଛି ଓଡିଶା । ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାରେ ନିର୍ମାଣ ହେଉଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ହକି ବିଶ୍ବକପ ଖେଳାଯିବ । ଯାହାକୁ ନେଇ ଓଡ଼ିଶାବାସୀଙ୍କ ମନରେ ଦେଖିବାକୁ ମିଳିଛି ହକି ଫିଭର ।

ଇଟିଭି ଭାରତ, ପାରଳାଖେମୁଣ୍ଡି

ABOUT THE AUTHOR

...view details